ନୂଆଦିଲ୍ଲୀ : ଦେଶର ୧୧ଟି ରାଜ୍ୟରେ ୨ ତୃତୀୟାଂଶ ଲୋକଙ୍ ଶରୀରରେ କୋଭିଡ୍‌ ଆଣ୍ଟିବଡି ରହିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୭୯ ପ୍ରତିଶତ ସେରୋ ପଜିଟିଭ୍‌ ହାର ଥିବା ବେଳେ କେରଳରେ ସର୍ବନିମ୍ନ ୪୪.୪ ପ୍ରତିଶତ ସେରୋ ପଜିଟିଭ୍‌ ହାର ରହିଛି। ଜୁନ୍‌ ୧୪ରୁ ଜୁଲାଇ ୬ ମଧ୍ୟରେ ହୋଇଥିବା ଆଇସିଏମ୍‌ଆର ସେରୋସର୍ଭେରୁ ଏହା ଜଣାପଡ଼ିଛି। ‌ଆସାମରେ ୫୦.୩ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୫୮ ପ୍ରତିଶତ ସେରୋ ପଜିଟିଭ୍‌ ହାର ରହିଛି। ଆଇସିଏମ୍‌ଆର ଦ୍ବାରା ୭୦ଟି ଜିଲ୍ଲାରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ସର୍ଭେରେ ସାମିଲ ହୋଇଥିବା ରାଜସ୍ଥାନର ଜନସଂଖ୍ୟାଙ୍କଠାରେ ସେରୋ ପଜିଟିଭ୍‌ ହାର ୭୬.୨ ପ୍ରତିଶତ ଥିବାବେଳେ ବିହାରରେ ୭୫.୯, ଗୁଜରାଟରେ ୭୫.୩, ଛତିଶଗଡ଼ରେ ୭୪.୪, ଉତ୍ତରାଖଣ୍ଡରେ ୭୩.୧, ଉତ୍ତରପ୍ରଦେଶରେ ୭୧ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭୦.୨ ପ୍ରତିଶତ, କର୍ଣ୍ଣାଟକରେ ୬୯.୮ ପ୍ରତିଶତ, ତାମିଲନାଡ଼ୁରେ ୬୯.୨ ଏବଂ ଓଡ଼ିଶାରେ ସେରୋ ପଜିଟିଭ୍‌ ହାର ୬୮.୧ ପ୍ରତିଶତ ରହିଛି। ଉଲ୍ଳେଖଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ସର୍ବାଧିକ ସେରୋ ପଜିଟିଭ୍‌ ହାର ଥିବାବେଳେ ମଧ୍ୟପ୍ରଦେଶ ପଛକୁ ରାଜସ୍ଥାନରେ ସେରୋ ପଜିଟିଭ୍‌ ହାର ଅଧିକ ରହିଛି।

The post ସେରୋସର୍ଭେ ରିପୋର୍ଟ: ମଧ୍ୟପ୍ରଦେଶରେ ସର୍ବାଧିକ ଆଣ୍ଟିବଡି, କେରଳରେ ସର୍ବନିମ୍ନ first appeared on Sambad.

from କରୋନା | Sambad https://ift.tt/3ftSVpd