
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି କରୋନା ସଂକ୍ରମଣ ସାମାନ୍ୟ ବଢ଼ିଥିବା ଦେଖାଯାଇଛି | ଗତକଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ିଛି ଏବଂ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିଛି | ଆଜି ଭୁବନେଶ୍ୱରରୁ ୩୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହା ସହ ଆଜି ଭୁବନେଶ୍ୱରରୁ ୨୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |
୩୫୩ ମଧ୍ୟରୁ ସଂଗରୋଧରୁ ୭୯ ଓ ସ୍ଥାନୀୟ ଅଂଚଳରୁ ୨୭୪ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୧୨୦ରେ ପହଂଚିଛି । ଏଥିରୁ ୯୬,୧୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୯୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୨୧୫୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |
The post ଭୁବନେଶ୍ୱରରୁ ୩୫୩ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୩ ସୁସ୍ଥ first appeared on Sambad.from କରୋନା | Sambad https://ift.tt/3lb7xgO
0 Comments