ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳର ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ସାମଲଙ୍କର କୋଭିଡ ସଂକ୍ରମଣରେ ଦେହାନ୍ତ ଘଟିଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତାଙ୍କୁ ନିମାପଡ଼ା ମେଡିକାଲକୁ ନିଆଯାଇଥିଲା। କୋଭିଡ ପରୀକ୍ଷା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା।

ତେଣୁ ଗତ ସପ୍ତାହରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ରବୀନ୍ଦ୍ରଙ୍କ ନିଧନ ହୋଇଯାଇଛି। ଆଜି ବିଏମସି ତତ୍ତ୍ୱବୋଧାନରେ ଶବଦାହ କରାଯିବ ବୋଲି ଜଣାପଡ଼ିଛି। ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ସ୍ବର୍ଗତ ସାମଲଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

The post କରୋନାରେ ଆଖି ବୁଜିଲେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/36gktcz