ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୭୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକ ମଧ୍ୟରେ ପୁଣି ୯୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ଏବେ ଦେଶରେ କରୋନା ପଜିଟିଭ୍ ହାର ୨.୨୯ ରହିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩.୦୬ କୋଟିରେ ପହଞ୍ଚିଛି। ଏବେ ସୁଦ୍ଧା ୪.୦୪ ଲକ୍ଷ ଆକ୍ରାନ୍ତ ଏହି ଭାଇରସ୍ ହେତୁ ପ୍ରାଣ ହରାଇ ସାରିଲେଣି। ଦେଶର ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪,୫୯,୯୨୦।
ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୨୪୦ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ଆରୋଗ୍ୟମାନଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏବେ ସୁଦ୍ଧା ସମୁଦାୟ ୨.୯୭ କୋଟି ଆକ୍ରାନ୍ତ ଆରୋଗ୍ୟ ଲାଭ କରି ସାରିଲେଣି। ଜାତୀୟ ଆରୋଗ୍ୟ ହାର ପହଞ୍ଚିଛି ୯୭.୧୮ ପ୍ରତିଶତରେ।
The post ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୭୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୯୩୦ ମୃତ first appeared on Sambad.
from କରୋନା | Sambad https://ift.tt/3yAhHLn
0 Comments