
ନୂଆଦିଲ୍ଲୀ : ଦେଶରେ ଟିକାକରଣ ମନ୍ଥର ହୋଇଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟମାନେ ଟିକାକରଣ ତ୍ବରାନ୍ବିତ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ତେଲେଙ୍ଗାନା, ଅରୁଣାଚଳପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ , ଦିଲ୍ଲୀ, ପଂଜାବ ଏବଂ ହରିୟାଣାର ବରିଷ୍ଠ ସଂକ୍ରମଣ ନିୟନ୍ତ୍ରଣ ଅଧିକାରୀ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହା କହିଛନ୍ତି।
ଭିଡିଓ କନଫରେନ୍ସ ଦ୍ବାରା ହୋଇଥିବା ଏହି ବୈଠକରେ ଭାରତ ବାୟୋଟେକ୍ ଏବଂ ସିରମ୍ ଇନଷ୍ଟିଚ୍ୟୁଟ୍ର ନୋଡାଲ୍ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟମାନଙ୍କରେ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକା କ୍ରୟରେ ହୋଇଥିବା ଅଗ୍ରଗତି ନେଇ ଭୂଷଣ ଏକ ସମୀକ୍ଷା ବୈଠକ କରିଛନ୍ତି। ତେବେ ବିଭିନ୍ନ ରାଜ୍ୟରେ ଘରୋଇ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଅତି ମନ୍ଥର ଗତିରେ ଟିକାକରଣ ହେଉଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଭୂଷଣ କହିଛନ୍ତି।
The post ଟିକାକରଣ ମନ୍ଥର ହେଉଥିବାରୁ ଚିନ୍ତା ପ୍ରକଟ କଲା କେନ୍ଦ୍ର, ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ first appeared on Sambad.from କରୋନା | Sambad https://ift.tt/3xIdmpp
0 Comments