ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ଦୈନିକ ସଂକ୍ରମଣ ଗତକାଲି ତୁଳନାରେ ଆଜି ୨୩ ପ୍ରତିଶତ ବୃଦ୍ଧି ପାଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟ‌ରେ ଦେଶରେ ୩୮,୭୯୨ ମାମଲା ଚିହ୍ନଟ ହୋଇଛି ଏବଂ ୬୨୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୦୯,୪୬,୦୭୪। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୪,୧୧,୪୦୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭ୍‌ ହାର ଏବେ ୨.୨୫ ପ୍ରତିଶତ। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ଲଗାତାର ୨୩ ଦିନ ଧରି ୩ ପ୍ରତିଶତ ତଳେ ରହୁଛି। ଏବେ ଦୈନିକ ପଜିଟିଭ୍‌ ହାର ୨.୧୦ ପ୍ରତିଶତ ଅଛି। ଏଯାବତ୍‌ ଦେଶରେ ୩୮.୭୬ କୋଟି ଟିକା ଡୋଜ୍‌ ଦିଆଯାଇଛି। ଦେଶରେ ସକ୍ରିୟ ମାମଲା ୪,୨୯,୯୪୬ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୩୯ ପ୍ରତିଶତ। ତେବେ ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲାରେ ୨, ୮୩୨ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯,୧୫,୫୦୧ କରୋନା ଟେଷ୍ଟ୍‌ କରାଯାଇଛି। ଦେଶରେ ମୋଟ୍‌ ୪୩,୫୯,୭୩,୬୩୯ କୋଭିଡ୍‌ ଟେଷ୍ଟ୍‌ ହୋଇଛି।
ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶରେ ଦେଶର ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୭,୨୪୩ ମାମଲା ଚିହ୍ନଟ ହୋଇଛି ଏବଂ ୧୯୬ କରୋନା ମୃତ୍ୟୁ ହୋଇଛି। କେରଳରେ ୭,୭୯୮ ମାମଲା , ତାମିଲନାଡ଼ୁରେ ୨,୬୫୨ ମାମଲା ଚିହ୍ନଟ ହୋଇଛି।

The post ଦେଶରେ ଦୈନିକ ସଂକ୍ରମଣରେ ୨୩% ବୃଦ୍ଧି, ଆରୋଗ୍ୟ ହାର ୯୭.୨୮% first appeared on Sambad.

from କରୋନା | Sambad https://ift.tt/2UKeavd