‌ବେଙ୍ଗାଲୁରୁ : ବେଙ୍ଗାଲୁରୁରେ କରୋନାକୁ ନେଇ ଅତି ଜଟିଳ ସ୍ଥିତି ଉପୁଜିଛି। ବେଙ୍ଗାଲୁରୁରେ ସଂକ୍ରମଣ କମୁଛି କିନ୍ତୁ ଚିନ୍ତାଜନକ ବିଷୟ ହେଉଛି ଗତ କିଛି ଦିନ ଧରି ବେଙ୍ଗାଲୁରୁରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧୩ରୁ ୧୬ ମଧ୍ୟରେ ବେଙ୍ଗାଲୁରୁରେ ୧୬୭୪ ପଜିଟିଭ୍‌ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ସମୟରେ ୧୨୭ ରୋଗୀ ହସ୍ପିଟାଲ୍‌ରେ ଆଡମିଟ୍‌ ହୋଇଛନ୍ତି।

ବେଙ୍ଗାଲୁରୁରେ ‌ଦୈନିକ ମାମଲା ୪୦୦ରୁ ୪୬୨ ରହୁଥିବାବେଳେ ସେହି ପରିମାଣରେ ହସ୍ପିଟାଲ୍‌ ଆଡମିସନ୍‌ ବଢ଼ୁଛି। ଜୁଲାଇ ୧୩ରେ ବେଙ୍ଗାଲୁରୁରେ ୪୦୧ ମାମଲା ଚିହ୍ନଟ ହୋଇଥିବାବେଳେ ୨୨ ଜଣ ହସ୍ପିଟାଲ୍‌ରେ ଆଡମିଟ୍‌ ହୋଇଥିଲେ । ସେହିପରି ଜୁଲାଇ ୧୬ରେ ମାମଲା ୪୧୧ ଥିବାବେଳେ ହସ୍ପିଟାଲ୍‌ ଆଡମିସନ୍‌ ୪୬ ଥିଲା। ତେବେ କେଉଁ କାରଣ ପାଇଁ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି ତାହା ଜଣାପଡ଼ିନି। ତେବେ ରାଜ୍ୟ କୋଭିଡ୍‌ କ୍ରିଟିକାଲ୍‌ କେୟାର ସପୋର୍ଟ ଗ୍ରୁପ୍‌ର ଜଣେ ଡାକ୍ତର ଅନୁପ ଅମରନାଥ କହିଛନ୍ତି, ‌କେବଳ ବେଙ୍ଗାଲୁରୁରେ ନୁହେଁ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହି ସମାନ ସ୍ଥିତି। ତେବେ ବିଶେଷଜ୍ଞ ମାନେ ଏହାର କାରଣ ଜାଣିବାପାଇଁ ଅଧିକରୁ ଅଧିକ ନମୁନାର ଜେନମ୍‌ ସିକ୍ବେନ୍ସିଂ ପାଇଁ କହିଛନ୍ତି।

The post ବେଙ୍ଗାଲୁରୁରେ ଜଟିଳ ସ୍ଥିତି: ସଂକ୍ରମଣ କମୁଛି, ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି first appeared on Sambad.

from କରୋନା | Sambad https://ift.tt/3xN0pKS