ନୂଆଦିଲ୍ଲୀ: ଦେଶରେ ୬୦ ଜଣ ବ୍ୟକ୍ତିଙ୍କର କୋଭିଡ୍‌ ଟିକା ନେବାପରେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗତମାସ‌ରେ କେବଳ ୩୧ଟି ମାମଲାରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଛି। ଉକ୍ତ ମାମଲା ଗୁଡ଼ିକର ଅଧ୍ୟୟନ କରୁଥିବା ଏକ କେନ୍ଦ୍ରିୟ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି। ଜାତୀୟ ଏଇଏଫ୍‌ଆଇ (ଆଡଭର୍ସ୍ ଇଭେଣ୍ଟ୍‌ସ ଫଲୋଇଙ୍ଗ୍‌ ଇମ୍ୟୁନାଇଜେସନ୍‌) କମିଟି ଦ୍ବାରା ହୋଇଥିବା ଆକଳନରୁ ଏହା ଜଣାପଡ଼ିଛି। କମିଟି ମେ’ ୨୭ରେ ଏହାର ଆକଳନ ଶେଷ କରିଛି ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ କରିଛି। ଏଇଏଫ୍‌ଆଇର ଜୁନ୍‌ ରିପୋର୍ଟ ଅନୁଯାୟୀ ଦେଶରେ ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବା ଜଣଙ୍କର ମୃତ୍ୟୁ ହୋଇଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, ଟିକା କୌଣସି କ୍ଷତି ପହଞ୍ଚାଇବା ପରିବର୍ତ୍ତେ ଅଧିକ ଉପକାର କରୁଛି। ଟିକା ନେବା ଯୋଗୁଁ ବିଶେଷ କ୍ଷତି ହେଉନାହିଁ।

The post ଟିକା ନେଇଥିବା ୬୦ ମାମଲାରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା first appeared on Sambad.

from କରୋନା | Sambad https://ift.tt/3z9NXVG