ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି, ଯେଉଁଠି ଅଧିକ ରହୁଛି ସେଠି ଆମେ ଅଧିକ ଫୋକସ୍ ଦେଇ କମେଇବାକୁ ଚେଷ୍ଟା କରୁଛୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ଆମେ ସର୍ଭିଲାନ୍ସ ବଢ଼େଇଛୁ। ଆଶା କରିବା ଆଗକୁ ଏଠି ବି କମିବ।
ଡିଏମଇଟି ଆହୁରି ମଧ୍ୟ କହିଛନ୍ତି, ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ୍ ହେବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ। ଦେଶରେ ଯଦି କେଉଁଠି ସଂକ୍ରମଣ ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ। କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି। ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସର ନିର୍ମାଣକାମ ଶେଷ ହୋଇଛି । ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ। ରାଜ୍ୟ ସରକାର ଜମି ଓ ଅର୍ଥ ବି ଯୋଗାଇ ଦେବାକୁ ରାଜି ଅଛନ୍ତି । ମାତ୍ର ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ହେଲେ ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ। ମେଡିକାଲ କଲେଜ ସନ୍ତୁଳିତ ଭାବେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

The post ଭୁବନେଶ୍ୱରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/2Wk2v73