ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୮୯ କରୋନା ସଂକ୍ରମିତ ଚିହ୍ନଟ, ୪୧୫ ମୃତ

ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୨୯,୬୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କରୋନାରେ ୨୪ ଘଣ୍ଟା ମଧ୍ୟ‌ରେ ପୁଣି ୪୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ସୁସ୍ଥ ହୋଇଛନ୍ତି ୪୨,୩୬୩ ଜଣ।

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩,୯୮,୧୦୦ ଓ ଏବେ ସୁଦ୍ଧା ସମୁଦାୟ ସୁସ୍ଥ ହୋଇ ସାରିଲେଣି ୩,୦୬,୨୧,୪୬୯ ଜଣ। ନୂତନ ମୃତକଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏଯାବତ୍‌ କରୋନାରେ ସମୁଦାୟ ୪,୨୧,୩୮୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

 

ଦେଶରେ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣକୁ ଅଗ୍ରାଧିକାର ଦିଆ ଯାଉଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣଙ୍କୁ ଟିକା ଦିଆ ସରିଲାଣି।

The post ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୮୯ କରୋନା ସଂକ୍ରମିତ ଚିହ୍ନଟ, ୪୧୫ ମୃତ first appeared on Sambad.

from କରୋନା | Sambad https://ift.tt/3kZWlDx

Post a Comment

0 Comments