COVID DEATH

ତିରୁଅନନ୍ତପୁରମ୍‌: କରୋନା ମହମାରୀର ଦ୍ବିତୀୟ ଲହର କେରଳରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। କେରଳରେ କୋଭିଡ୍‌ ମୃତ୍ୟୁ ପଂଜୀକରଣ ଅତି ମାତ୍ରାରେ ବଢ଼ିଯାଇଛି। ମାସକରେ ୪୦୪ କୋଭିଡ୍‌ ମୃତ୍ୟୁରୁ ଅଚାନକ ୧୦ ହଜାରରୁ ଅଧିକ ମୃତ୍ୟୁ ପଂଜୀକରଣ ହୋଇଥିବା ଦେଖିବାକୁ ମିଳିଛି। କୋଭିଡ୍‌ ମୃତ୍ୟୁ ସଂକ୍ରାନ୍ତ ଆର୍‌ଟିଆଇ ତଥ୍ୟରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ କହୁଛି ଯେ, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ ମାର୍ଚରୁ ମେ’ ମଧ୍ୟରେ ରାଜ୍ୟରେ ୪,୫୦୦ କରୋନା ମୃତ୍ୟୁ ହୋଇଥିଲା। କିନ୍ତୁ ଆର୍‌ଟିଆଇ ତଥ୍ୟ ଅନୁଯାୟୀ ଏହି ୩ ମାସରେ ୧୨,୫୬୦ କରୋନା ମୃତ୍ୟୁ ପ୍ରମାଣପତ୍ର ପାଇଁ ପଂଜୀକରଣ ହୋଇଛି। ସରକାରୀ ତଥ୍ୟଠାରୁ ଏହା ୩ ଗୁଣା ଅଧିକ। ଏପ୍ରିଲ ଏବଂ ମେ’ରେ କେରଳ କରୋନା ମୃତ୍ୟୁରେ ବହୁତ ଫରକ ରହିଛି। ପଂଜୀକରଣ ତଥ୍ୟରୁ ଜଣାପଡ଼ୁଛି ଯେ, ଏପ୍ରିଲ ଏବଂ ମେ’ରେ କେରଳରେ ଯଥାକ୍ରମେ ୧୫୫୪ ଏବଂ ୧୦,୬୦୨ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଏହି ସମୟରେ ଯଥାକ୍ରମେ ୬୮୭ ଏବଂ ୩,୫୦୭ କରୋନା ମୃତ୍ୟୁ ‌ହୋଇଛି।

The post କେରଳରେ କୋଭିଡ୍‌ ମୃତ୍ୟୁ, ୩ ମାସରେ ୨୫୦୦%ରୁ ଅିଧିକ କୋଭିଡ୍‌ ମୃତ୍ୟୁ ପଂଜୀକରଣ first appeared on Sambad.

from କରୋନା | Sambad https://ift.tt/3wv0NMv