ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏପରି ଏକ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି, ଯାହାଦ୍ବାରା କୋଭିଡ୍‌-୧୯ର ଚିକିତ୍ସା ପାଇଁ ନୂତନ ଔଷଧ ତିଆରି ହୋଇପାରିବ। ଏହି ଔଷଧ ଦ୍ବାରା ଭବିଷ୍ୟତରେ ରୂପ ପରିବର୍ତ୍ତନ କରି ଆସିବାକୁ ଥିବା କରୋନା ଭୂତାଣୁ ସଂକ୍ରମଣର ମଧ୍ୟ ସଫଳ ଚିକିତ୍ସା କରିହେବ। ଆମେରିକାର ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଫିନ୍‌ବର୍ଗ ସ୍କୁଲ୍ ଅଫ୍ ମେଡିସିନ୍‌ର ଗବେଷକମାନେ କହିଛନ୍ତି ଯେ, ବୈଜ୍ଞାନିକମାନଙ୍କୁ ମହାମାରୀର ଆଗାମୀ ସମ୍ଭାବ୍ୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଫିନ୍‌ବର୍ଗ ସ୍କୁଲ୍ ଅଫ୍ ମେଡିସିନ୍‌ର ମାଇକ୍ରୋବାୟୋଲୋଜି-ଇମ୍ୟୁନୋଲୋଜିର ପ୍ରଫେସର କାର୍ଲା ସ୍ୟାଚେଲ କହିଛନ୍ତି ଯେ, ଭଗବାନ୍ କରନ୍ତୁ, ଆମକୁ ଏହାର ଆବଶ୍ୟକତା ନ ପଡ଼ୁ, କିନ୍ତୁ ଆମକୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଟିମ୍‌ ଦ୍ବାରା ପ୍ରଥମେ ଏନ୍‌ଏସ୍‌ପି୧୬ ନାମକ ଏକ ଭୂତାଣୁ ପ୍ରୋଟିନ୍‌ ସଂରଚନାର ମ୍ୟାପିଂ କରାଯାଇଥିଲା, ଯାହା ସବୁ କରୋନା ଭୂତାଣୁଙ୍କଠାରେ ଥାଏ। ସାଇନ୍ସ ସିଗ୍‌ନାଲିଂ ଜର୍ନାଲରେ ପ୍ରକାଶିତ ନବୀନତମ ଅଧ୍ୟୟନ ଏକ ମହତ୍ତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛି, ଯାହା ଭବିଷ୍ୟତର କରୋନା ଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ଔଷଧ ବିକାଶରେ ସହାୟକ ହୋଇପାରିବ ବୋଲି କୁହାଯାଇଛି।

The post କରୋନା ଚିକିତ୍ସା ପାଇଁ ଏକ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି ବୈଜ୍ଞାନିକ first appeared on Sambad.

from କରୋନା | Sambad https://ift.tt/2UBjnW7