
ନୂଆଦିଲ୍ଲୀ: ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିଯିବ। ତେବେ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍ ରହିବ। ଆଇସିଏମ୍ଆର ଡାକ୍ତର ସମୀରଣ ପଣ୍ଡା ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ସମୀରଣଙ୍କ କହିବା ଅନୁଯାୟୀ ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି। ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯାଏ ତେବେ ଏହା ତୃତୀୟ ଲହରର କାରଣ ହେବ।
ଦ୍ବିତୀୟରେ କରୋନାର ଏକ ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଥିବା ଫଳରେ ଏହା ମଧ୍ୟ ତୃତୀୟ ଲହରର କାରଣ ହୋଇପାରେ। କିଛି କ୍ଷେତ୍ରରେ ରୋଗପ୍ରତିରୋଧକତା ନଷ୍ଟ ନହେଲେ ବି କ୍ଷୀପ୍ର ସଂକ୍ରମଣ ଯୋଗୁଁ ସମସ୍ୟା ବଢ଼ିପାରେ। ଚତୁର୍ଥରେ ଯଦି ରାଜ୍ୟମାନେ ସବୁ କଟକଣା ହଟାଇଦେବେ ତା’ହେଲେ ହଠାତ୍ ସଂକ୍ରମଣ ବଢ଼ିଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ , ଚଳିତ ସପ୍ତାହ ଆରମ୍ଭରେ ଆଇଏମ୍ଏ ଡାକ୍ତରମାନେ କହିଥିଲେ, ତୃତୀୟ ଲହର ଅବଶ୍ୟମ୍ଭାବୀ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଆଦନମ୍ ମଧ୍ୟ ଆଜି ସତର୍କ କରାଇ କହିଛନ୍ତି, ଆମେ ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ରହିଛେ।
The post ଅଗଷ୍ଟରେ କୋଭିଡ୍ ତୃତୀୟ ଲହର! ଦ୍ବିତୀୟ ଲହର ତୁଳନାରେ କମ୍ ପ୍ରଭାବ ରହିବ first appeared on Sambad.from କରୋନା | Sambad https://ift.tt/3B9Hwnt
0 Comments