
ନୂଆଦିଲ୍ଲୀ : ଭାରତରେ ଗୋଟିଏ କିମ୍ବା ୨ ଡୋଜ୍ କୋଭିଡ୍ ଟିକା ନେବାପରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୬ ପ୍ରତିଶତ ଡେଲ୍ଟା ପ୍ରଜାତି ଦ୍ବାରା ସଂକ୍ରମିତ ବୋଲି ଆଇସିଏମ୍ଆର୍ର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁହାର ବହୁତ କମ୍ ରହୁଛି। ପ୍ରାୟ ୬୭୭ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଅଧ୍ୟୟନ ହୋଇଥିଲା। ୬୭୭ କୋଭିଡ୍ ପଜିଟିଭ୍ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୭୧ କୋଭାକ୍ସିନ୍ ଟିକା ନେଇଥିଲେ ଏବଂ ୬୦୪ ଜଣ କୋଭିସିଲ୍ଡ ଟିକା ନେଇଥିଲେ। ୨ ଜଣ ଅଂଶଗ୍ରହଣକାରୀ ମଧ୍ୟ ଚୀନ୍ର ସିନୋଫାର୍ମ ଟିକା ନେଇଛନ୍ତି। ଟିକା ନେଇଥିବା ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହି ନମୁନା ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ୪୮୨ ମାମଲାରେ ଲକ୍ଷଣ ଥିଲା। ତେବେ ୨୯ ପ୍ରତିଶତ ମାମଲାରେ କୌଣସି ଲକ୍ଷଣ ନଥିଲା। ଗୋଟିଏ କିମ୍ବା ୨ ଡୋଜ୍ ଟିକା ନେବାପରେ ଯେଉଁମାନେ ସଂକ୍ରମିତ ସେହି ମାମଲାର ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରାୟ ୮୬.୦୯ ପ୍ରତିଶତ ଡେଲ୍ଟା ପ୍ରଜାତି ଦ୍ବାରା ସଂକ୍ରମିତ। ୯.୮% ସଂକ୍ରମିତଙ୍କୁ ହସ୍ପିଟାଲ୍ରେ ଚିକିତ୍ସା ଆବଶ୍ୟକ ହେଉଛି ମାତ୍ର ୦.୪ ପ୍ରତିଶତ ମୃତ୍ୟୁ ହେଉଛି। ଟିକାକରଣ ଯୋଗୁଁ ହସ୍ପିଟାଲ୍ ଆଡମିସନ୍ ଏବଂ ମୃତ୍ୟୁହାର ବହୁତ କମିଯାଇଥିବା ଆଇସିଏମ୍ଆର୍ କହିଛି।
The post ଟିକା ନେଇଥିବା ସଂକ୍ରମିତଙ୍କ ମଧ୍ୟରେ ୮୬% ଡେଲ୍ଟାର ଶିକାର first appeared on Sambad.from କରୋନା | Sambad https://ift.tt/3ij3yLX
0 Comments