ବ୍ରିଟେନ୍‌ରେ ତୃତୀୟ ଲହର ଶୀର୍ଷରେ, ଟିକା ନେଇଥିବା ୫୦% ବ୍ୟକ୍ତି ସଂକ୍ରମିତ

ଲଣ୍ଡନ୍‌ : କରୋନା ମହାମାରୀ ବ୍ରିଟେନ୍‌ରେ ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ପୂର୍ଣ୍ଣ ଟିକା ନେଇଥିବା ବୟସ୍କ ବ୍ୟକ୍ତିମାନେ ମଧ୍ୟ ପୁନଃ ସଂକ୍ରମିତ ହୋଇଛନ୍ତି। ଲଣ୍ଡନ୍‌ କିମ୍ସ କଲେଜ୍‌ର ବରିଷ୍ଠ ଭାଇରସ୍‌ ଟ୍ରାକିଂ ସ୍ପେସାଲିଷ୍ଟ୍‌ ପ୍ରଫେସର ଟିମ୍‌ ସ୍ପେକ୍ଟର କହିଛନ୍ତି, ବ୍ରିଟେନ୍‌ରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିସାରିଛି। ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ମୋଟ୍‌ ୮୭.୨ ପ୍ରତିଶତ ଟିକା ନେଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୬ ରେ ଏଭଳି ୧୨,୯୦୫ ଜଣ ସଂକ୍ରମିତ ଠାବ ହୋଇଥିଲେ ଯେଉଁମାନେ କି ପୂବର୍ରୁ ଟିକା ନେଇସାରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ସଂକ୍ରମିତ ହୋଇଥିବା‌ ଲୋକଙ୍କ ମଧ୍ୟରୁ ୫୦ ପ୍ରତିଶତ ଟିକା ନେଇ ସାରିଛନ୍ତି। ପ୍ରଫେସର୍‌ ସ୍ପେକ୍ଟର କହିଛନ୍ତି, ଆଗକୁ ସଂକ୍ରମଣ ଆହୁରି ଅଧିକ ବଢ଼ିବ। ବ୍ରିଟେନରେ ତୃତୀୟ ଲହରରେ ଟିକା ନେଇଥିବା ଲୋକମାନେ ପୁନଃ ସଂକ୍ରମିତ ‌ହେଉଥିବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଆଗକୁ ସଂକ୍ରମଣ ଅଧିକ ବଢ଼ିବ। ଆସନ୍ତା ୭ ଦିନ ବ୍ରିଟେନ୍‌ରେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କରୋନା କଟକଣା କଡ଼ାକଡ଼ି ପାଳନ କରିବାକୁ ଲୋକଙ୍କୁ କୁହାଯାଇଛି।

The post ବ୍ରିଟେନ୍‌ରେ ତୃତୀୟ ଲହର ଶୀର୍ଷରେ, ଟିକା ନେଇଥିବା ୫୦% ବ୍ୟକ୍ତି ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3z7GnLn

Post a Comment

0 Comments