
ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ଏସିଆରେ ଡେଲ୍ଟା ପ୍ରଜାତି ଏବେ ଅତି ଭୟଙ୍କର ସ୍ଥିତି ଆଣିଛି। ଡେଲ୍ଟା ପାଇଁ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରମାନଙ୍କରେ ସଂକ୍ରମଣ ବଢ଼ୁଛି ଏବଂ ମୃତ୍ୟୁ ବି ବଢ଼ୁଛି। ଟିକାକରଣ ମନ୍ଥର ହୋଇଥିବାରୁ ପରିସ୍ଥିତି ଅଧିକରୁ ଅଧିକ ଭୟଙ୍କର ହୋଇଯାଉଛି। ଲାଟିନ୍ ଆମେରିକା ଏବଂ ଭାରତର ସ୍ଥିତିଠାରୁ ଏବେ ଏହି ସ୍ଥାନରେ ସ୍ଥିତି ଅଧିକ ସଂଗୀନ ହୋଇଯାଇଛି। ଗତ ସପ୍ତାହରେ ସଂକ୍ରମଣ ୪୧ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ୭ ଦିନରେ ମୃତ୍ୟୁସଂଖ୍ୟା ମଧ୍ୟ ୩୯ ପ୍ରତିଶତ ବୃଦ୍ଧି ହୋଇଛି।
ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରମାନଙ୍କରେ ଗତ ୭ ଦିନରେ ପ୍ରାୟ ୫ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦକ୍ଷିଣ ପୂର୍ବ ଏସିଆରେ ମୃତ୍ୟୁ ଯେଭଳି ବଢ଼ୁଛି ତାହା ବିଶ୍ବରେ ସବୁଠୁ ଖରାପ୍। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦକ୍ଷିଣ ପୂର୍ବ ଏସିଆରେ ମାତ୍ର ୯ ପ୍ରତିଶତ ଲୋକ ଟିକା ନେଇଛନ୍ତି। ଦକ୍ଷିଣପୂର୍ବ ଏସିଆର ଇଣ୍ଡୋନେସିଆରେ ଅତି ଜଟିଳ ସ୍ଥିତି ଉପୁଜିଛି। ଇଣ୍ଡୋନେସିଆର ଦୈନିକ ସଂକ୍ରମଣ ମାମଲା ଭାରତଠାରୁ ମଧ୍ୟ ଅଧିକ ରହୁଛି। ଇଣ୍ଡୋନେସିଆ ଏବେ ଏସିଆର ନୂଆ ଭାଇରସ୍ ଏପିସେଣ୍ଟର ହୋଇଛି।
The post ଦକ୍ଷିଣପୂର୍ବ ଏସିଆରେ ଭୟଙ୍କର ସ୍ଥିତି ଆଣିଛି ଡେଲ୍ଟା ପ୍ରଜାତି first appeared on Sambad.from କରୋନା | Sambad https://ift.tt/3hL5WMA
0 Comments