
ହାଇଦ୍ରାବାଦ୍ : ସିଙ୍ଗଲ୍ ଡୋଜ୍ ରୁଷ୍ ଟିକା ‘ସ୍ପୁଟ୍ନିକ୍ ଲାଇଟ୍’ର ବ୍ୟବହାର ପାଇଁ ଦେଶରେ ପୃଥକ୍ ଭାବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଆବଶ୍ୟକତା ନାହିଁ। ରୁଷ୍ରେ ହୋଇଥିବା ପରୀକ୍ଷଣ ତଥ୍ୟ ହିଁ ଟିକାକୁ ସ୍ବିକୃତୀ ଦେବାପାଇଁ ଏବଂ ବଜାରରେ ଉପଲକ୍ଧ କରିବାପାଇଁ ଯଥେଷ୍ଟ ହେବ ବୋଲି ବିଶେଷଜ୍ଞ କମିଟି କହିଛନ୍ତି। ସିଡିଏସ୍ସିଓ (ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ୍ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍)ର ଏସ୍ଇସି (ସବ୍ଜେକ୍ଟ ଏକ୍ସପର୍ଟ କମିଟି) କହିଛନ୍ତି , ଡକ୍ଟର୍ ରେଡି ଲ୍ୟାବ୍କୁ ଦେଶରେ ପୃଥକ୍ ଭାବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ।
ରୁଷ୍ରେ ସ୍ପୁଟ୍ନିକ୍ ଲାଇଟ୍ର ଯେଉଁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଛି ଏବଂ ଟିକାକୁ ମଂଜୁରି ଦେବାପାଇଁ ଟିକା କେତେଦୂର ସୁରକ୍ଷିତ, ରୋଗପ୍ରତିରୋଧକ ଶକ୍ତି କେତେ ବଢ଼ାଉଛି ଏବଂ ଟିକାର ପ୍ରଭାବ ସଂକ୍ରାନ୍ତ ସମସ୍ତ ବିସ୍ତୃତ ତଥ୍ୟ ଡକ୍ଟର ରେଡ୍ଡି ଲ୍ୟାବ୍ ପକ୍ଷରୁ ଉପସ୍ଥାପନ ହେବା ଉଚିତ୍ ବୋଲି କମିଟି କହିଛନ୍ତି। ସ୍ପୁଟନିକ୍ ଲାଇଟ୍ ହେଉଛି ସ୍ପୁଟନିକ୍ ଭି ’ର କମ୍ପୋନେଟ୍-୧। ୨ ଡୋଜ୍ ସ୍ପୁଟନିକ୍ ଭି ’ଟିକାର ଏହା ଏକ ସିଙ୍ଗଲ୍ ଡୋଜ୍ ଭର୍ସନ୍। ସିଙ୍ଗଲ୍ ଡୋଜ୍ ସ୍ପୁଟ୍ନିକ୍ ଭି ଟିକା ୭୯.୪ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡ଼ିଥିଲା। ସେହିପରି ଡବଲ୍ ଡୋଜ୍ ୯୭.୬ ପ୍ରତିଶତ ପ୍ରଭାବୀ ବୋଲି କୁହାଯାଇଥିଲା। ଯଦି ସ୍ପୁଟ୍ନିକ୍ ଲାଇଟ୍କୁ ଅନୁମତି ମିଳେ ତେବେ ଦେଶରେ ଟିକାକରଣ ଆହୁରି ତ୍ବରାନ୍ବିତ ହେବ।
The post ‘ସ୍ପୁଟନିକ୍ ଲାଇଟ୍’କୁ ସ୍ବିକୃତୀ ଦେବାପାଇଁ ରୁଷ୍ର ତଥ୍ୟ ମାଗିଲେ କମିଟି, ଭାରତରେ ପରୀକ୍ଷଣ ଆବଶ୍ୟକ ନାହିଁ first appeared on Sambad.from କରୋନା | Sambad https://ift.tt/2UmsQAI
0 Comments