
ନୂଆଦିଲ୍ଲୀ : ଅତ୍ୟଧିକ ସଂକ୍ରାମକ ଡେଲ୍ଟା ପ୍ରଜାତି ଏବେ ୧୨୪ ରାଷ୍ଟ୍ରରେ ଚିହ୍ନଟ ହୋଇଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ୧୩ଟି ଅଧିକ ରାଷ୍ଟ୍ରରେ ଡେଲ୍ଟା ଚିହ୍ନଟ ହୋଇଛି। ଆସନ୍ତା କିଛି ମାସ ମଧ୍ୟରେ ଡେଲ୍ଟା ସମଗ୍ର ବିଶ୍ବରେ କରୋନା ଭାଇରସ୍ର ଏକ ପ୍ରମୁଖ ପ୍ରଜାତିରେ ପରିଣତ ହେବ। ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ଡେଲ୍ଟା ଅତି କ୍ଷୀପ୍ର ଗତିରେ ଅନ୍ୟ ରାଷ୍ଟ୍ରକୁ ବ୍ୟାପି ଚାଲିଲା। ତେବେ ଖୁବ୍ ଶୀଘ୍ର ଏହା ଅନ୍ୟ ପ୍ରଜାତିକୁ ଟପିଯାଇ ଏକ ପ୍ରମୁଖ ପ୍ରଜାତିରେ ପରିଣତ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ରିପୋର୍ଟ ଅନୁଯାୟୀ ଡେଲ୍ଟା ପାଇଁ ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ିଚାଲିଛି।
ଭାରତ, ବାଂଲାଦେଶ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍, ସିଙ୍ଗାପୁର, ଇଣ୍ଡୋନେସିଆ , ରୁଷ୍, ଚୀନ୍ ସମେତ ଅନ୍ୟାନ୍ୟ ରାଷ୍ଟ୍ର ଗୁଡ଼ିକରେ ଡେଲ୍ଟା ପାଇଁ ୭୫ ପ୍ରତିଶତରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଆମେରିକାର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଆମେରିକାରେ ପ୍ରାୟ ୮୩ ପ୍ରତିଶତ ମାମଲାର କାରଣ ଡେଲ୍ଟା। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ସପ୍ତାହରେ ଇଣ୍ଡୋନେସିଆରେ ସର୍ବାଧିକ ଦୈନିକ ସଂକ୍ରମଣ ରହିଛି। ଇଣ୍ଡୋନେସିଆ ପରେ ବ୍ରିଟେନ୍, ବ୍ରାଜିଲ୍, ଭାରତ ଏବଂ ଆମେରିକାରେ ସଂକ୍ରମଣ ଅଧିକ ରହିଛି। ଇଣ୍ଡୋନେସିଆରେ ଅଚାନକ ସଂକ୍ରମଣ ବୃଦ୍ଧି ହେବାର କାରଣ ଡେଲ୍ଟା। ଅନ୍ୟପକ୍ଷେ ଅନ୍ୟ ଚିନ୍ତାଜନକ ପ୍ରଜାତି ତଥା ଆଲ୍ଫା ପ୍ରଥମେ ବ୍ରିଟେନ୍ରେ ଚିହ୍ନଟ ହୋଇଥିବାବେଳେ ଏହା ୧୮୦ ରାଷ୍ଟ୍ରକୁ ବ୍ୟାପିସାରିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ବିଟା ୧୩୦ ରାଷ୍ଟ୍ରକୁ ବ୍ୟାାପିଛି ଏବଂ ବ୍ରାଜିଲ୍ରେ ପ୍ରଥମେ ଚିହ୍ନଟ ହୋଇଥିବା ଗାମ୍ମା ୭୮ ରାଷ୍ଟ୍ରକୁ ବ୍ୟାପିଛି।
The post ୧୨୪ ରାଷ୍ଟ୍ରରେ ଡେଲ୍ଟା ହେବ ପ୍ରମୁଖ ପ୍ରଜାତି: ‘ହୁ’ first appeared on Sambad.from କରୋନା | Sambad https://ift.tt/3zmq4ub
0 Comments