ମହାରାଷ୍ଟ୍ର କୋଭିଡ୍‌ ମୃତ୍ୟୁ ତଥ୍ୟରେ ସଂଶୋଧନ: ଅଧିକ ୩,୫୦୯ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ଅଚାନକ ବଢ଼ିଯାଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩,୯୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଜୁନ୍‌ ୧୨ ପରେ ଏହା ଦେଶର ସର୍ବାଧିକ ଦୈନିକ କରୋନା ମୃତ୍ୟୁ। ତେବେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏହାର ତଥ୍ୟ ସଂଶୋଧନ କରିବାପରେ ଏବଂ ପୁରୁଣା ମୃତ୍ୟୁକୁ ଯୋଡ଼ିବାପରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ବଢ଼ିଯାଇଛି। ମହାରାଷ୍ଟ୍ର ୧୪ ଥର ପାଇଁ ଏହାର ତଥ୍ୟ ସଂଶୋଧନ କରିଛି। ତେବେ ଚଳିତ ଥର ମହାରାଷ୍ଟ୍ର ଏହାର ତଥ୍ୟ ସଂଶୋଧନ କରିବାପରେ ୩,୫୦୯ ପୁରୁଣା କୋଭିଡ୍‌ ମୃତ୍ୟୁ ଯୋଡ଼ିଛି।

ଅନ୍ୟପକ୍ଷେ ଅନ୍ୟ ୪୮୯ ନୂଆ ମୃତ୍ୟୁ ଦେଶର ଅନ୍ୟ ଅଂଚଳରୁ ରେକର୍ଡ ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ୪ ଲକ୍ଷ ୧୮ ହଜାର ଟପିଯାଇଛି। ୧୪ତମ ତଥ୍ୟ ସଂଶୋଧନ ପରେ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ମଧ୍ୟ ୨,୪୭୯ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୬,୯୧୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୃତ୍ୟୁହାର ୨.୦୯ ପ୍ରତିଶତ ଏବଂ ସକ୍ରିୟ ମାମଲା ୯୪,୫୯୩ ରହିଛି। ମହାରାଷ୍ଟ୍ର ସମେତ ଦେଶର ୮ ରାଜ୍ୟରେ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହିଛି। ଏବେ ୫ଟି ରାଜ୍ୟରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି।

The post ମହାରାଷ୍ଟ୍ର କୋଭିଡ୍‌ ମୃତ୍ୟୁ ତଥ୍ୟରେ ସଂଶୋଧନ: ଅଧିକ ୩,୫୦୯ କରୋନା ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3eJIT2z

Post a Comment

0 Comments