
ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୨୦୦ ତଳକୁ ଖସି ୧୮୨ ରହିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୩୩ ଥିବା ବେଳେ ଆଜି ଏହି ସଂଖ୍ୟା କମ୍ ଥିବାରୁ ସଂକ୍ରମଣ କ୍ରମଶଃ କମୁଥିବା ନେଇ ଆଶାର ସଞ୍ଚାର ହୋଇଛି। ଏହି ୧୮୨ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୧୫୪ ରହିଥିବା ବେଳେ ସଙ୍ଗରୋଧରୁ ୨୮ ଜଣ ରହିଛନ୍ତି। ସେହିଭଳି ଗତକାଲି ମୃତ୍ୟୁ ସଂଖ୍ୟା ୨୫ ଦର୍ଶାଯାଇଥିବା ବେଳେ ବୁଧବାର ୧୦ ରହିଛି। ଗତକାଲି ୧୮୦ ସୁସ୍ଥ ହୋଇଥିବା ବେଳେ ବୁଧବାର ୧୭୫ ଜଣ ସୁସ୍ଥ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ବୁଧବାର ଚିହ୍ନଟ ହୋଇଥିବା ୧୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର, ପଟିଆ ଓ ପୁରୁଣା ଭୁବନେଶ୍ବରରୁ ୧୧ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରି ଓ ନୂଆପଲ୍ଲୀ ଅଞ୍ଚଳରୁ ୧୦ ଜଣ ଲେଖାଏଁ, ନୀଳାଦ୍ରି ବିହାରରୁ ୭ ଜଣ, ଟଙ୍କପାଣି ରୋଡ୍ ଓ ରସୁଲଗଡ଼ ଅଞ୍ଚଳରୁ ୫ ଜଣ ଲେଖାଏଁ, ଭରତପୁର ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜଧାନୀରେ ଆକ୍ରାନ୍ତ ସଂଖ୍ୟା ୨୦୦ ତଳକୁ ଖସିଲା first appeared on Sambad.from କରୋନା | Sambad https://ift.tt/3l72VYX
0 Comments