ନୂଆଦିଲ୍ଲୀ: ପ୍ରାୟ ୧୦୦ ଦେଶରେ କୋଭିଡ୍‌-୧୯ ମହାମାରୀର ତୀବ୍ର ସଂକ୍ରମଣଶୀଳ ‘ଡେଲ୍‌ଟା ଭେରିଆଣ୍ଟ୍‌’ ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ କହିଲେ ଯେ, ‘ବିଶ୍ବରେ ଅତି ବିପଜ୍ଜନକ ବେଳା’ ପଡ଼ିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଆଧାନୋମ୍ ଘେବ୍ରେୟେସସ୍‌ କହିଛନ୍ତି, ଭାରତ-ଜନ୍ମିତ ‘ଡେଲ୍‌ଟା ଭେରିଆଣ୍ଟ୍’ର ଏବେ ମଧ୍ୟ ବିବର୍ତ୍ତନ ଚାଲିଛି ଏବଂ ଅନେକ ଦେଶରେ କୋଭିଡ୍-୧୯ର ସବୁଠୁ ଅଧିକ ଆଧିପତ୍ୟ ବିସ୍ତାରକାରୀ ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ ଭୂତାଣୁ ଭାବେ ଉଭା ହୋଇଛି।

ମହାମାରୀର ଏହି ଭୀଷଣ ପର୍ଯ୍ୟାୟକୁ ଟିକାକରଣହିଁ ଫଳପ୍ରଦ ଭାବେ ଅବସାନ ଘଟାଇବ ବୋଲି ପରାମର୍ଶ ଦେଇ ‘ହୁ’ ମୁଖ୍ୟ କହିଛନ୍ତି, ଆସନ୍ତା ବର୍ଷ ଏହି ସମୟ ବେଳକୁ ପ୍ରତ୍ୟେକ ଦେଶରେ ୭୦% ଜନତାଙ୍କୁ ଟିକା ଦିଆଯାଇଛି ବୋଲି ସୁନିଶ୍ଚିତ ହେବାକୁ ସମଗ୍ର ବିଶ୍ବର ନେତାମାନଙ୍କୁ ମୁଁ ଅନୁରୋଧ କରିଛି।

Image Courtesy of The Economic Times

ଡାକ୍ତର ଟେଡ୍‌ରସ୍‌ ଆହୁରି ମଧ୍ୟ କହିଛନ୍ତି, ଟିକାର ସୁଷମ ବଣ୍ଟନ ହୋଇଛି ବୋଲି ସୁନିଶ୍ଚିତ ହେବା ହେଉଛି ଅଳ୍ପ କେତେକ ଦେଶର ସମ୍ମିଳିତ ଶକ୍ତି। ଏଯାବତ୍ ବିଶ୍ବରେ ୩ ବିଲିୟନ୍‌ରୁ ଅଧିକ ଡୋଜ୍‌ ଟିକା ବଣ୍ଟନ ସରିଲାଣି।

କିନ୍ତୁ, ଠିକଣା ସମୟରେ ପ୍ରତିକାର କରା ନ ଗଲେ ଟିକାର ଅସମ ବଣ୍ଟନ ତଥାପି ଚିନ୍ତାର କାରଣ ହେବ। ବିଶ୍ବରେ ସମୁଦାୟ ଯେତେ କୋଭିଡ୍-୧୯ ଟିକା ନେଇଛନ୍ତି, ଦରିଦ୍ର ଦେଶମାନେ ତା’ର ମାତ୍ର ୨% ଟିକା ନେଇଛନ୍ତି।

ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ୍‌ ଏବଂ କାନଡା ଭଳି ଧନୀ ଦେଶମାନେ ୧ ବିଲିୟନ୍‌ ଟିକା ଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ‘ହୁ’ ଆକଳନ ଅନୁସାରେ, ସମଗ୍ର ବିଶ୍ବ ପାଇଁ ୧୧ ନିୟୁତରୁ ଅଧିକ ଟିକା ଆବଶ୍ୟକ ରହିଛି।

The post ୧୦୦ ଦେଶରେ ‘ଡେଲ୍‌ଟା ଭେରିଆଣ୍ଟ୍‌’ ଚିହ୍ନଟ ହେବା ପରେ ‘ଡବ୍ଲୁଏଚ୍‌ଓ’ ମୁଖ୍ୟ କହିଲେ, ମହାମାରୀରର ‘ବିପଜ୍ଜନକ ବେଳା’ first appeared on Sambad.

from କରୋନା | Sambad https://ift.tt/2SK8EIl