
ୱାସିଂଟନ: ଆମେରିକାରେ ନିକଟରେ ହୋଇଥିବା କରୋନା ମୃତ୍ୟୁ ସଂକ୍ରାନ୍ତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମୃତକଙ୍କ ମଧ୍ୟରେ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ହେଉଛି ୯୯.୨ ପ୍ରତିଶତ। ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫୌସି କହିଛନ୍ତି, ଯଦି ଟିକାକରଣ ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାରେ ସକ୍ଷମ ହୋଇଥାନ୍ତେ ତା’ହେଲେ ଏଭଳି ମୃତ୍ୟୁ ବିଭୀଷିକାକୁ ରୋକା ଯାଇପାରିଥାନ୍ତା।
ଆମେରିକାର ଅର୍ଦ୍ଧାଧିକ ଅଂଚଳରେ ଟିକାକରଣ ପ୍ରକ୍ରିୟା ଅତି ମନ୍ଥର ରହିଛି ଏବଂ ଏହାର କୁଫଳ ଦେଶବାସୀ ଭୋଗୁଛନ୍ତି ବୋଲି ସେ କହିଛନ୍ତି। ଆମେରିକାରେ କରୋନାରେ ଆଜି ସୁଦ୍ଧା ୬.୦୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୩ କୋଟି ୩୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। କାଲିଫର୍ଣ୍ଣିଆରେ ସର୍ବାଧିକ ୩୮.୨ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଠାରେ ୬୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହା ପଛକୁ ଟେକ୍ସାସରେ ମୋଟ୍ ୩୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୫୩ ହଜାର ଲୋକ ସେଠାରେ ପ୍ରାଣ ହରାଇଛନ୍ତି।
The post ଆମେରିକାରେ କରୋନା ମୃତ୍ୟୁ: ମୃତକଙ୍କ ମଧ୍ୟରେ ୯୯% ଟିକା ନେଇନଥିବା ଲୋକ first appeared on Sambad.from କରୋନା | Sambad https://ift.tt/3Avgt5C
0 Comments