
ନୂଆଦିଲ୍ଳୀ: କରୋନାକୁ ନେଇ ପୁଣି ଥରେ ନିଜର ମତ ରଖିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ବାମୀନାଥନ୍। ସେ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ କରୋନା କମିବାର ନାଁ ଧରୁନାହିଁ।
ନିକଟରେ ସେ ଏକ ସାକ୍ଷାତ୍କାରରେ କରୋନା ସଂକ୍ରମଣ କମୁନଥିବାର ମୁଖ୍ୟତଃ ୪ଟି କାରଣ କହିଛନ୍ତି। ପ୍ରଥମ କାରଣ ହେଉଛି କରୋନାର ଡେଲ୍ଟା ଭାରିଆଣ୍ଟ୍, ଦ୍ବିତୀୟରେ ଠିକ୍ ଭାବେ ରକ୍ଷା ହେଉନଥିବା ସାମିଜିକ ଦ୍ବରତ୍ବ, ତୃତୀୟରେ କୋହଳ ଲକ୍ଡାଉନ୍ ଓ ଚତୁର୍ଥଟି ହେଉଛି କମ୍ ମାତ୍ରାର ଟିକାକରଣ।
ତାଙ୍କ କହିବା ମୁତାବକ, କୋଭିଡ୍-୧୯ର ମୁଖ୍ୟ ଭାଇରସ୍ରେ ଆକ୍ରାନ୍ତ ହେଉଥିବା ଜଣେ ବ୍ୟକ୍ତି ତାଙ୍କ ନିକଟତମ ୩ ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ଡେଲ୍ଟା ଭାରିଆଣ୍ଟ୍ ଦ୍ବାରା ଆକ୍ରାନ୍ତ ହେଉଥିବା ଜଣଙ୍କଠାରୁ ୮ ଜଣଙ୍କ ପାଖକୁ ବ୍ୟାପୀଥାଏ ଏହି ଭାଇରସ୍। ତେଣୁ, ଏହା ହେଉଛି ଖୁବ୍ କ୍ଷତିକାରକ ପ୍ରଜାତି।
ସେ ଆହୁରି ବି କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବ ବେଳେ ୯ ହଜାର ୩୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ଯେ କରୋନା କମୁନାହିଁ।
The post କମୁନାହିଁ କରୋନା: ଏହାର ୪ଟି ମୁଖ୍ୟ କାରଣ ଦେଲେ ‘ହୁ’ ମୁଖ୍ୟ ସୋମ୍ୟା ସ୍ବାମୀନାଥନ୍ first appeared on Sambad.from କରୋନା | Sambad https://ift.tt/3hucm2o
0 Comments