ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଛି। ଗତ କିଛି ଦିନ ହେବ ପ୍ରତିଦିନ ୪୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୫୦୬ ଟି ନୂଆ କରୋନା ମାମଲା ଆସିଛି ଏବଂ ୮୯୫ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ୪୨,୭୬୬ ଟି ନୂଆ ମାମଲା ଆସିଥିଲା।

ଭାରତରେ ବର୍ତ୍ତମାନ ୪ ଲକ୍ଷ ୫୪ ହଜାର ୧୧୮ଟି ସକ୍ରିୟ ମାମଲା ରହିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ ୪ ଲକ୍ଷ ୮ ହଜାର ୪୦ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସମୁଦାୟ ୨ କୋଟି ୯୯ ଲକ୍ଷ ୭୫ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୮ ଲକ୍ଷ ୩୭ ହଜାର ୨୨୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୨% ଥିବାବେଳେ ଆରୋଗ୍ୟ ହାର ୯୭% ରୁ ଅଧିକ ରହିଛି | ସକ୍ରିୟ ମାମଲା ୧.୫% ରୁ କମ୍ ରହିଥିଵାଵବେଳେ କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି।

The post ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ନୂଆ ପଜିଟିଭ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3hQIqfS