ଭୁବନେଶ୍ବର:  ଡେଲଟା ପ୍ଲସ ଭ୍ୟାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । କହିଲେ ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ବିଶେଷ ଘାତକୁ ନୁହେଁ। ଯଦି ଘାତକ ହୋଇଥାଆନ୍ତା ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପିସାରନ୍ତାଣି। ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଏବେ ସୁସ୍ଥ ଅଛନ୍ତି। ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କୌଣସି ଆବଶ୍ୟକତା ନାହିଁ। ତଥାପି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା, ବିହାର, ଛତିଶଗଡ଼, ଝଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩ହଜାର ୮ଶହ ସାମ୍ପୁଲ ଜେନମ ସିକ୍ୟୁଏନ୍ସିଂ ପାଇଁ ଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାରୁ ୧୧ଶହ ସାମ୍ପୁଲ ସଂଗ୍ରହ ହୋଇଥିଲା। ଯେଉଁଥିରୁ ମାତ୍ର ଗୋଟିଏ ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ। ଡ଼େଲଟା ଭ୍ୟାରିଆଣ୍ଟକୁ ନେଇ ଅନୁଧ୍ୟାନ ଚାଲିଛି। କରୋନା ନିୟମ ସବୁବେଳେ ମାନିବାକୁ ପଡ଼ିବ ବୋଲି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ଅଜୟ ପରିଡ଼ା। ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ତର୍ଜମା ଚାଲିଛି ବୋଲି କହିଛନ୍ତି ଅଜୟ ପରିଡ଼ା।
ସେପଟେ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛନ୍ତି ଏପିଡୋମିଲୋଜି ଟିମ୍। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି, ସେ କାହା ସାଙ୍ଗରେ ମଶିଥିଲେ, ସେ ଯାହା ସାଙ୍ଗରେ ମିଶୁ ଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ।

The post ରାଜ୍ୟରେ ବିଶେଷ ଘାତକ ନୁହେଁ ଡେଲ୍ଟା ପ୍ଲସ ଭାରିଆଣ୍ଟ: ଆଇଏଲଏସ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3xQj4VC