
ହାଟଡିହି : କରୋନାର ଦ୍ୱିତୀୟ ଲହର କେତେ ଯେ ଘାତକ ହୋଇଛି, ତାହାର ଉଦାହରଣ କିଛି କମ୍ ନାହିଁ। ଗୋଟିଏ ଗୋଟିଏ ପରିବାର ଉଜାଡ଼ି ଦେଇଛି। ସେମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ୍ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ। ପ୍ରଥମେ ବାପାମାଙ୍କ ଜୀବନ ନେଇଥିବା ବେଳେ ଏବେ ଗୋଟିଏ ପୁଅର ଜୀବନ ନେଇଛି ଏହି କରୋନା।
ଗ୍ରାମର ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ଓ ତାଙ୍କ ପତ୍ନୀ ତିଳୋତ୍ତମା ବେହେରାଙ୍କର ଗତ ମେ ୧୩ତାରିଖରେ ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ମଝିଆଁ ପୁଅ ବିଭୁଦତ୍ତ ବେହେରା (ମିଲୁ)ଙ୍କର କରୋନାରେ ମୃତ୍ୟୁ ଘଟିଛି। ମିଲୁ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ ହେଁ ଭଲ ହୋଇଯାଇଥିଲେ। ମାତ୍ର ପୁନର୍ବାର ଫୁସଫୁସ ରୋଗରେ ପୀଡିତ ହୋଇଥିଲେ। ପରିସ୍ଥିତି ଜଟିଳ ହେବାରୁ ତାଙ୍କୁ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
The post ବାପାମା’ଙ୍କ ପରେ ପୁଅର ଜୀବନ ନେଲା କରୋନା first appeared on Sambad.from କରୋନା | Sambad https://ift.tt/34QDWjh
0 Comments