
ନୂଆଦିଲ୍ଲୀ: କୋଭିଡ୍ ସଙ୍କଟ ସମୟରେ କେତେକ ମନ୍ତ୍ରାଳୟ କରିଥିବା କାର୍ଯ୍ୟାବଳିର ସମୀକ୍ଷା ନିମନ୍ତେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସମୀକ୍ଷା ବୈଠକରେ ବସିଥିଲେ।
ଅପରାହ୍ଣ ୫ଟାରେ ଆରମ୍ଭ ହୋଇଥିବା ଉକ୍ତ ବୈଠକ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଆୟୋଜିତ ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
ଏହି ବୈଠକରେ ସମୁଦାୟ ୭ଟି ମନ୍ତ୍ରାଳୟ ଗ୍ରହଣ କରିଥିବା ବିଭିନ୍ନ ନିଷ୍ପତ୍ତି ପ୍ରସଙ୍ଗ ସବୁ ଚୁମ୍ବକେ ଉପସ୍ଥାପନ କରିଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ସବୁ ମନ୍ତ୍ରାଳୟଗୁଡ଼ିକ ହେଲା, ପେଟ୍ରୋଲିୟମ୍ ମନ୍ତ୍ରାଳୟ, ଇସ୍ପାତ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକତା ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଗୁରୁ ଶିଳ୍ପ ମନ୍ତ୍ରାଳୟ ଏବଂ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ।
ଉପରୋକ୍ତ ମନ୍ତ୍ରାଳୟଗୁଡ଼ିକ ଆହୁରି କେତେକ ନୂତନ ଯୋଜନା ଆରମ୍ଭ କରି ପାରିବେ ବୋଲି ବୈଠକରେ ଚର୍ଚ୍ଚା ହୋଇଥିଲା।
The post ମନ୍ତ୍ରାଳୟମାନଙ୍କର କାର୍ଯ୍ୟ ସମୀକ୍ଷା ଲାଗି ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୀକ୍ଷା ବୈଠକରେ ବସିଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from କରୋନା | Sambad https://ift.tt/3cz4WrA
0 Comments