
ନୂଆଦିଲ୍ଲୀ: ‘ପ୍ୟାକେଜିଙ୍ଗ୍’ରେ କରୋନାଭାଇରସ୍ ଥିବା ଦର୍ଶାଇ ଚୀନ୍ ୬ଟି ଭାରତୀୟ ‘ମେରାଇନ୍ ଏକ୍ସପୋର୍ଟ କମ୍ପାନି’ଙ୍କ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ବରଫଦିଆ ସାମୁଦ୍ରିକ ମାଛ ଆମଦାନି ବାତିଲ କରିଛି।
ଗତବର୍ଷ ପ୍ରାରମ୍ଭରୁ ବିଶ୍ବର ବିଭିନ୍ନ ଅଞ୍ଚଳରୁ ଆମଦାନି ହେଉଥିବା ସଂରକ୍ଷିତ ଖାଦ୍ୟ ସାମଗ୍ରୀଗୁଡ଼ିକୁ ଚୀନ୍ ପରୀକ୍ଷା କରିଆସୁଛି। ‘ପ୍ୟାକେଜିଙ୍ଗ୍’ରେ କରୋନାଭାଇରସ୍ ଥିବା ଜଣାପଡ଼ିଲେ ଚୀନ୍ ସାମୟିକ ଭାବେ ବିଭିନ୍ନ କମ୍ପାନିରୁ ସେ ଭଳି ସାମଗ୍ରୀ ଆମଦାନି ବାତିଲ କରୁଛି।
ଗୁରୁବାର ଦିନ ‘ଜେନେରାଲ୍ ଆଡ୍ମିନିଷ୍ଟ୍ରେସନ୍ ଅଫ୍ କଷ୍ଟମ୍ସ୍ ଅଫ୍ ଚାଇନା’ ଏକ ପ୍ରେସ୍ ରିଲିଜ୍ରେ କହିଛି, ଛଅଟି ଭାରତୀୟ କମ୍ପାନିରୁ ଆସିଥିବା ସଂରକ୍ଷିତ
ସାମୁଦ୍ରିକ ମତ୍ସ୍ୟ ଆଦିର ବାହ୍ୟ ‘ପ୍ୟାକେଜିଙ୍ଗ୍’ରେ କରୋନାଭାଇରସ୍ର ସତ୍ତା ଥିବା ଚିହ୍ନଟ କରାଯାଇଥିବାରୁ ଗୋଟିଏ ସପ୍ତାହ ପାଇଁ ଆମଦାନି ସ୍ଥଗିତ କରାଗଲା।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ କେନ୍ଦ୍ରୀୟ ଚୀନା ସହରର ଊହାନ୍ରେ ପ୍ରଥମେ ପ୍ରକଟ ହୋଇଥିବା କୋରାନାଭାଇରସ୍ ସଂକ୍ରମଣକୁ କଠୋର କଟକଣା ବଳରେ ଚୀନ୍ ପ୍ରତିହତ କରିବାରେ ସମର୍ଥ ହୋଇଛି। ଏବେ ଚୀନ୍ରେ କେବଳ ହାତଗଣତିରେ କେତେକ ବିଦେଶୀ ଲୋକ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଗୁରୁବାର ଦିନ ଚୀନ୍ର ଜାତୀୟ ସ୍ବାସ୍ଥ୍ୟ କମିସନ୍ କହିଥିଲା ଯେ, ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶରେ ଆଉ ୬ଟି ଆଞ୍ଚଳିକ ସଂକ୍ରମିତ କୋଭିଡ୍-୧୯ ମାମଲା ଚିହ୍ନଟ ହୋଇଥିବା ବେଳେ ବୁଧବାର ଦିନ ମେନ୍ଲାଣ୍ଡ୍ରେ ୧୫ଟି ନୂଆ ବିଦେଶାଗତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା।
The post ‘ପ୍ୟାକେଜିଙ୍ଗ୍’ରେ କରୋନାଭାଇରସ୍ ଥିବାରୁ ୬ ଭାରତୀୟ କମ୍ପାନିଙ୍କ ଠାରୁ ସଂରକ୍ଷିତ ସାମୁଦ୍ରିକ ମାଛ ଆମଦାନି ବାତିଲ କଲା ଚୀନ୍ first appeared on Sambad.from କରୋନା | Sambad https://ift.tt/3vg5f1b
0 Comments