ଜୟପୁର: କରୋନା ମହାମାରୀରେ ଗତ ମାସ ୧୫ତାରିଖ ଦିନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଏସ୍ ଭେଙ୍କଟ ରାଓଙ୍କର ମୃତ୍ୟୁ ହୋଇଥିଲା। ପତ୍ନୀ ଏସ୍ ଭାରତୀ ୧୩ବର୍ଷର ପୁଅ ଓ ସାଢ଼େ ୨ବର୍ଷର ଝିଅକୁ ନେଇ କିଭଳି ‌ପୋଷିବେ ତାହାକୁ ନେଇ ଚିନ୍ତା କରି ଅସହାୟ ହୋଇ ପଡ଼ିଥିଲେ। ଏ ନେଇ ଆଜି ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ଏହି ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିଛି ୟୁଥ୍ ଫୋର ହ୍ୟୁମାନ ରାଇଟସ୍, ଇଣ୍ଡିଆ ସଂସ୍ଥା।

ଏହି ସଂସ୍ଥାର ସୁବାସ ସାହୁ, କାଳୀ ଚରଣ ଦେବଶର୍ମ, ମଧୁ ଦାଶ, ସାହକାର ଆଲ୍ଲୀ, ସତୀଶ ନନ୍ଦ ପ୍ରମୁଖ ‌ପରିବାରକୁ ଭେଟି ଅଭାବ ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ସଂସ୍ଥା ପକ୍ଷରୁ ନ୍ୟାସନାଲ୍ କମିସନର ଫୋର ପ୍ରଟେକ୍ସନ୍ ଅଫ ଚାଇଲ୍ଡ ରାଇଟ୍ସ୍ (ଏନସିପିଆର)କୁ ଅବଗତ କରାଇଥିଲେ। ଏହା ସହ ଜିଲ୍ଲାପ୍ରଶାସନ, ମୁଖ୍ୟମନ୍ତ୍ରୀ ଆଦିଙ୍କୁ ବି ଟ୍ବିଟ୍‌ କରାଯାଇଛି ବୋଲି କହିଛନ୍ତି ସଂସ୍ଥାର ସ୍ଥାନୀୟ ନିର୍ଦେଶକ ସତୀଶ ନନ୍ଦ। ଜିଲ୍ଲାପ୍ରଶା‌ସନ କିମ୍ବା ବଦାନ୍ୟ ବ୍ୟକ୍ତି ବି ଏହି ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ପରିବାର।

The post ଅସହାୟ ଭାରତୀଙ୍କ ପରିବାରକୁ ସହଯୋଗର ହାତବଢ଼ାଇବାକୁ ଆଗେଇ ଆସିଛି ୟୁଥ୍ ଫୋର ହ୍ୟୁମାନ ରାଇଟସ୍  first appeared on Sambad.

from କରୋନା | Sambad https://ift.tt/3vfSzHH