ଲଣ୍ଡନ୍‌: କଟକଣା ବୃଦ୍ଧି କରା ନ ଗଲେ ବହୁସଂଖ୍ୟକ ଜନତା ମୃତ୍ୟୁମୁଖରେ ପଡ଼ିପାରନ୍ତି ବୋଲି ଏକ ‘ମଡେଲ୍‌’ ସତର୍କ ସୂଚନା ଦେବାରୁ ସୋମବାର ଦିନ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶରୁ କୋଭିଡ୍‌-୧୯ କଟକଣା ପ୍ରତ୍ୟାହାର ଯୋଜନା ଆଉ ମାସେ ବିଳମ୍ବ କରିଛନ୍ତି। ଜୁନ୍‌ ୨୧ ତାରିଖରେ ଇଂଲଣ୍ଡ୍‌ରୁ କୋଭିଡ୍‌-୧୯ କଟକଣା ହଟିବ ବୋଲି ସ୍ଥିର କରାଯାଇଥିଲା।

ଅଧିକ ସଂକ୍ରମଣଶୀଳ ସାବ୍ୟସ୍ତ ହୋଇଥିବା ‘ଡେଲ୍‌ଟା ଭେରିଆଣ୍ଟ୍‌’ର ଦ୍ରୁତ ବିସ୍ତାର ଯୋଗୁଁ ଇଂଲଣ୍ଡ୍‌ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଭୂତାଣୁ ଉପରେ ଟିକାର ସ୍ବଳ୍ପ ପ୍ରଭାବ ରହୁଛି ସତ କିନ୍ତୁ, ଟିକା ନ ନେଲେ ସଂକ୍ରମିତଙ୍କ ସଂଖ୍ୟାରେ ଡାକ୍ତରଖାନା ପୂରିଉଠିବ ବୋଲି କୁହାଯାଉଛି।

Image Courtesy of Reuters

‌ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ କହିଛନ୍ତି, ଏହି ଅତିରିକ୍ତ କଟକଣା ସମୟ ମଧ୍ୟରେ ବ୍ରିଟେନ୍‌ର ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯିବ।

ଟିକାକରଣରେ ବିଶ୍ବର ଅଗ୍ରଣୀ ଦେଶ ହୋଇପାରିଥିବା ଇଂଲଣ୍ଡ୍‌ର ଦୁଇ ତୃତୀୟାଂଶ ଜନତା ଜୁଲାଇ ୧୯ ତାରିଖ ସୁଦ୍ଧା ଦୁଇ ଡୋଜ୍ ଟିକା ନେଇସାରିଥିବେ ବୋଲି ମନେକରାଯାଉଛି।

The post ବହୁସଂଖ୍ୟକ ଜନତା ମୃତ୍ୟୁମୁଖରେ ପଡ଼ିପାରନ୍ତି ବୋଲି ସତର୍କ ସୂଚନା କାରଣରୁ ଇଂଲଣ୍ଡ୍‌ରେ କୋଭିଡ୍‌ କଟକଣା ଆଉ ମାସେ ବଢ଼ାଇଲେ ବୋରିସ୍‌ ଜନ୍‌ସନ୍‌ first appeared on Sambad.

from କରୋନା | Sambad https://ift.tt/3cKZoun