
ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁଁ ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇବା ପରେ ତା’ର କର୍ମଚାରୀଙ୍କ ଲାଗି ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାରେ ସହାୟକ ହେବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ‘କୋଲ୍ ଇଣ୍ଡିଆ ଲିମିଟେଡ୍’ ଅନୁରୋଧ କରିଛି।
୨୫୯,୦୦୦ ଜନତାଙ୍କୁ କର୍ମସଂସ୍ଥାନ ଯୋଗାଇ ଥିବା ବିଶ୍ବର ଶ୍ରେଷ୍ଠ କୋଇଲା ଖଣି ‘କୋଲ୍ ଇଣ୍ଡିଆ’ କହିବା ଅନୁସାରେ, ତା’ର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଲାଗି ୧ ନିୟୁତ ଡୋଜ୍ ଟିକା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ କର୍ମଚାରୀମାନଙ୍କର ଏକଚତୁର୍ଥାଂଶ ବା ୬୪୦୦୦ କର୍ମଚାରୀଙ୍କୁ ଟିକା ଦିଆଯାଇଥିବା କଥା କମ୍ପାନି ସୂଚନା ଦେଇଛି।
ଅନ୍ୟତମ ଅଗ୍ରଣୀ ଶ୍ରମିକ ସଂଗଠନ ‘ଅଖିଳ ଭାରତୀୟ ଖାଦାନ ମଜଦୁର ସଂଘ’ର ସାଧାରଣ ସମ୍ପାଦକ ସୁଧୀର ଘୁର୍ଦେ କହିଛନ୍ତି, କ୍ଷତି ରୋକିବାକୁ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ଗଣଟିକାକରଣ ପାଇଁ କମ୍ପାନି ଉଦ୍ୟମ କରିବା ଉଚିତ।
କୋଲ୍ ଇଣ୍ଡିଆ କହିଛି ଯେ, ଦ୍ବିତୀୟ ପ୍ରବାହ ସମୟରେ ଅଧିକାଂଶ ଆକ୍ରାନ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଯଦିବା ପରିସ୍ଥିତି ସ୍ବାଭାବିକ ହେବା ଆରମ୍ଭ କଲାଣି, ପୁନଶ୍ଚ ହଠାତ୍ ସଂକ୍ରମଣ ବେଗ ବୃଦ୍ଧି ପାଇବା ଆଶଙ୍କା କରି ଅସ୍ଥାୟୀଭିତ୍ତିରେ ଡାକ୍ତରୀ କର୍ମଚାରୀ ଓ ଅମ୍ଳଜାନ ବ୍ୟବସ୍ଥା ପାଇଁ ଉଦ୍ୟମ ଚାଲିଛି। ସମୁଦାୟ ୬୦୦୦ କର୍ମଚାରୀ କରୋନାଭାଇରସ୍ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ଏବଂ ଏବେ ମଧ୍ୟ ୧୦୦୦ରୁ ଅଧିକ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି।
The post କର୍ମଚାରୀଙ୍କ ଟିକାକରଣ ଲାଗି ସରକାରଙ୍କୁ ୧ ନିୟୁତ ଡୋଜ୍ ଟିକା ପାଇଁ କହିଲା ‘କୋଲ୍ ଇଣ୍ଡିଆ’ first appeared on Sambad.from କରୋନା | Sambad https://ift.tt/3gocE94
0 Comments