
ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ କରୋନାର ଭିନ୍ନ ଭିନ୍ନ ପର୍ଯ୍ୟାୟ ସଂକ୍ରମଣ କେଉଁଠାରେ ବି ପିଲାମାନଙ୍କ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇଥିବା ପ୍ରମାଣ ନାହିଁ। ଭାରତରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ କୌଣସି ଡେଟା ନାହିଁ। ଏଭଳି ସ୍ଥିତିରେ ତୃତୀୟ ଲହର ପିଲାମାନଙ୍କ ପାଇଁ ଘାତକ ହେବ ବୋଲି ଆଶଙ୍କା ପଛରେ କିଛି ଭିତ୍ତି ନାହିଁ ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ଲକ୍ଡାଉନ୍ ହଟିବା ପରେ ସଂକ୍ରମଣ ବହୁତ ବଢ଼ି ଯାଏ। ତେବେ ଏହାକୁ ଆଧାର କରି ଏହା ପିଲାଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇପାରେ ବୋଲି କହିବା ଭୁଲ୍ ବୋଲି ଗୁଲେରିଆ ସ୍ପଷ୍ଟ କରିଛନ୍ତି। ‘ଚେନ୍ ଅଫ୍ ଟ୍ରାନ୍ସମିସନ’ ରୋକିବା ପାଇଁ କୋଭିଡ୍ ପାଇଁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞମନେ ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ପରିଜନଙ୍କୁ କୋଭିଡ୍ ଟିକା ଦିଆଯିବା ପରେ ଏହି ଭାଇରସ୍ ପିଲାମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। କୋଭିଡ୍ ପ୍ରବନ୍ଧକ ଟିମ୍ର ପ୍ରମୁଖ ସଦସ୍ୟ ଡ. ଭି.କେ. ପଲ କହିଛନ୍ତି ତୃତୀୟ ଲହର ବିଶେଷ କରି ପିଲାମାନଙ୍କ ପାଇଁ ଅଧିକ ପ୍ରଭାବିତ କରିବ ବୋଲି ସେଭଳି କୌଣସି ଆଧାର ନାହିଁ। ପୂର୍ବରୁ ଦୁଇଟି ପର୍ଯ୍ୟାୟ ଏବଂ ଅନ୍ୟ ଦେଶମାନଙ୍କରେ ସଂକ୍ରମଣ ପର୍ଯ୍ୟାୟ ଅନୁଶୀଳନରୁ ଜଣାପଡ଼ିଛି ଯେ କେବଳ ପିଲାମାନଙ୍କୁ ଏହା ଅଧିକ ପ୍ରଭାବିତ କରିପାରିବ ନାହିଁ।
The post ଗୁଲେରିଆଙ୍କ ଦୃଢ଼ୋକ୍ତି, ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ହେବନାହିଁ first appeared on Sambad.from କରୋନା | Sambad https://ift.tt/3pBrBsO
0 Comments