ନୂଆଦିଲ୍ଲୀ : କରୋନା ଭୂତାଣୁର ନୂଆ ରୂପାନ୍ତରିତ ପ୍ରଜାତି ଡେଲ୍‌ଟା ପ୍ଲସ୍‌ ଫୁସ୍‌ଫୁସ୍‌ ଟିସ୍ୟୁ ସହିତ ଅଧିକ ସକ୍ରିୟ ହୋଇ ରହୁଛି। ଏଥି ଯୋଗୁଁ ଅନ୍ୟ ପ୍ରଜାତି ତୁଳନାରେ ଏହା ଫୁସ୍‌ଫୁସ୍‌ ପ୍ରତି କ୍ଷତି ପହଞ୍ଚାଇବା ଆଶଙ୍କା ବଢ଼ିଛି। ତେବେ ରୋଗୀକୁ ଏହା ଗୁରୁତର କରିଦେବ କିମ୍ବା କ୍ଷତି ପହଞ୍ଚାଇବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ‌ ହୋଇନାହିଁ। ସେହିଭଳି ଏହା ସଂକ୍ରମଣକୁ ବ୍ୟାପକ କରିବ କିମ୍ବା ରୋଗୀକୁ ଗୁରୁତର କରିବ ତାହା ମଧ୍ୟ କୁହାଯାଇ ପାରିବ ନାହିଁ ବୋଲି ଟିକାକରଣ ଉପରେ ଜାତୀୟ ବୈଷୟିକ ଉପଦେଷ୍ଟା ଗୋ‌ଷ୍ଠୀର ମୁଖ୍ୟ ଡାକ୍ତର ଏନ କେ ଅରୋରା କହିଛନ୍ତି। ଡେଲ୍‌ଟା ପ୍ଲସ ପ୍ରଜାତି ଭୂତାଣୁର ପ୍ରଭାବ କ’ଣ ତାହା ଅଧିକ ମାମଲା ଚିହ୍ନଟ ପରେ ହିଁ ଜଣାପଡ଼ିବ। ତେବେ ସାଧାରଣରେ ଏହା ପ୍ରତୀୟମାନ ହେଉଛି ଯେ, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଛନ୍ତି ସେମାନଙ୍କ ଠାରେ ଉକ୍ତ ପ୍ରଜାତିର ପ୍ରଭାବ କମ୍ ରହୁଛି। କିନ୍ତୁ ଏହା ଉପରେ ତୀଖ୍‌ଣ ନଜର ଆମକୁ ରଖିବାକୁ ହେବ। ଏହା କିଭଳି ବ୍ୟାପୁଛି ତାହାକୁ ଦେଖିବାକୁ ହେବ। ଏହାହେଲେ ଏହାର ବ୍ୟାପିବା କ୍ଷମତା ଜଣାପଡ଼ିବ ବୋଲି ସେ କହିଛନ୍ତି।

ଦେଶରେ ‌ଜୁନ୍ ୧୧ ତାରିଖରେ ଡେଲ୍‌ଟା ପ୍ଲସ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିଲା। ଭାରତ ସରକାର ନିକଟରେ ଏହି ପ୍ରଜାତିକୁ ଚିନ୍ତାଜନକ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ୧୨ଟି ରାଜ୍ୟରେ ୫୧ ଜଣଙ୍କ ଠାରେ ଏହି ଭୂତାଣୁ ଠାବ ହୋଇଛି। ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି।

The post ଡେଲ୍‌ଟା ପ୍ଲସ୍‌ର ପ୍ରଭାବ ସ୍ପଷ୍ଟ ହୋଇନାହିଁ: ଏନ୍‌ଟିଏଜିଆଇ ମୁଖ୍ୟ first appeared on Sambad.

from କରୋନା | Sambad https://ift.tt/3h9S3py