ଟିପିଆର୍ ପୁଣି ୫ତଳକୁ ଖସିଲା: ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ

ଭୁବନେଶ୍ବର : ରବିବାର ରାଜ୍ୟ‌ରେ ୩୪୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଟୋଟାଲ ପଜିଟିଭିଟି ରେଟ୍ (ଟିପିଆର୍‌) ୫% ତଳକୁ ଖସିଛି। ଶନିବାର ୬୮୩୩୫ ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ଏତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୭୦ରେ ପହଞ୍ଚିଥିବା ବେଳେ ୩୨,୭୦୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଆଜି ୩୯ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

ରାଜ୍ୟରେ ଟିପିଆର୍ ୫%ରୁ କମ୍ ହୋଇଥିଲେ ହେଁ ଏବେ ବି ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ ରେଡ୍‌ ଜୋନ୍‌ରେ ଅଛି। ଏହି ସବୁ ଜିଲ୍ଲାରେ ଟିପିଆର୍‌ ୮ଉପରେ ରହିଛି। ସେହିପରି ୭ଟି ଜିଲ୍ଲା ଯଥା ମାଲକାନଗିରି, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ୟେଲୋ ଜୋନ୍‌ରେ ଅଛି। ଏହି ସବୁ ଜିଲ୍ଲାରେ ଟିପିଆର୍‌ ୫ଉପରେ ଅଛି।

କଟକରେ ୬୭୫୮ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୫୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍‌ ୮.୧୮% ରହିଛି। ଖୋର୍ଦ୍ଧାରେ ୪୯୨୫ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୫୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍‌ ୧୧.୮୨% ରହିଛି। ନୟାଗଡ଼ରେ ୧୫୨୫ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୧୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍ ୧୦.୪୯% ରହିଛି। ପୁରୀରେ ୨୩୯୫ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍ ୮.୯୮% ରହିଛି। ଗତକାଲି ଅପେକ୍ଷା ଏଠାରେ ସଂକ୍ରମିତଙ୍କ ହାର କମିଛି।

ସେହିପରି ମାଲକାନଗିରିରେ ଟିପିଆର୍ ୬.୬% ଥିବା ବେଳେ ଜଗତସିଂହପୁରରେ ୫.୯%, ଭଦ୍ରକରେ ୭.୧%, ଯାଜପୁରରେ ୬%, ଢେଙ୍କାନାଳରେ ୫.୨%, ବାଲେଶ୍ବରରେ ୬.୯% ଏବଂ ମୟୂରଭଞ୍ଜରେ ୬.୫% ଟିପିଆର୍‌ ରହିଛି। ଅପରପକ୍ଷେ ଚାରିଟି ଜିଲ୍ଲାରେ ଟିପିଆର୍‌ ୧%ରୁ କମ୍‌ ଥିବାବେଳେ କଳାହାଣ୍ଡିରେ ସବୁଠୁ କମ୍‌ ୦.୫୭% ଟିପିଆର୍‌ ଅଛି। ଗଞ୍ଜାମରେ ୦.୭୯%, ଝାରସୁଗୁଡ଼ାରେ ୦.୭୫%, ନୂଆପଡ଼ାରେ ୦.୮୩% ଟିପିଆର୍‌ ରହିଛି।

The post ଟିପିଆର୍ ପୁଣି ୫ତଳକୁ ଖସିଲା: ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ first appeared on Sambad.

from କରୋନା | Sambad https://ift.tt/3x6b2rS

Post a Comment

0 Comments