ନୂଆଦିଲ୍ଲୀ: କୌଣସି ‘କ୍ବାରେଣ୍ଟିନ୍‌’ ଅବହେଳାରୁ ହିଁ କୋଭିଡ୍‌-୧୯ ବିପତ୍ତି ଭଳି ‘ମହାସଙ୍କଟ’ ଦେଖା ଦେଇଥିବା କଥା ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍‌ ଉନ୍‌ କହିଛନ୍ତି।

ବୁଧବାର ଦିନ ଉତ୍ତର କୋରିଆର ରାଷ୍ଟ୍ରାୟତ  ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ କରିଥିବା ରିପୋର୍ଟରେ ଉପରୋକ୍ତ ଘଟଣା କି, ପ୍ରକାରର ତାହା ଜଣାପଡ଼ିନାହିଁ। କିନ୍ତୁ, କିମ୍ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଚାଲି ଆସିଥିବା ଜାତୀୟ କ୍ବାରେଣ୍ଟିନ୍‌ ଉଦ୍ୟମ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ଅବହେଳା କାରଣରୁ ଏ ଭଳି ହୋଇଛି। ଏହାଦ୍ବାରା ରାଷ୍ଟ୍ରର ନିରାପତ୍ତା ଏବଂ ଜନତାଙ୍କ ସୁରକ୍ଷା ବିପନ୍ନ ହୋଇଛି।

Image Courtesy of NDTV

କରୋନାଭାଇରସ୍‌ଜନିତ ଏହି ସଙ୍କଟଜନକ ଘଟଣା କାରଣରୁ ଉତ୍ତର ‌କୋରିଆର ନେତା କିମ୍ ଜୋଙ୍ଗ୍‌ ଉନ୍‌ କେତେଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଛନ୍ତି। ସୂଚନାଯୋଗ୍ୟ, ଭୂତାଣୁ କବଳରୁ ନିରାପଦ ରହିବା ଲାଗି ଗତବର୍ଷ ଜାନୁଆରି ମାସରୁ ପିୟୋଙ୍ଗ୍ୟାଙ୍ଗ୍‌ ଚୀନ୍‌କୁ ଲାଗିଥିବା ସୀମାନ୍ତ ବନ୍ଦ ରଖିଛି। କାରଣ ପ୍ରଥମେ ଚୀନ୍‌ରୁ ଉତ୍ପତ୍ତି ‌ହୋଇ ସମଗ୍ର ବିଶ୍ବକୁ ଏହି ଭୂତାଣୁ ପ୍ରସାରିତ ହୋଇଛି।

କିନ୍ତୁ, କ୍ବାରେଣ୍ଟିନ୍‌ ତ୍ରୁଟି କାରଣରୁ ଏବେ କେତେସଂଖ୍ୟକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ତାହା ରାଷ୍ଟ୍ରାୟତ ଗଣମାଧ୍ୟମ କିଂବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରାଷ୍ଟ୍ର ପରିସଂଖ୍ୟାନରେ ଉଲ୍ଲେଖ ନାହିଁ। ସମୀକ୍ଷକମ‌ାନେ କହୁଛନ୍ତି ଯେ, ଏକାନ୍ତବାସରେ ଥିବା ସେ ଦେଶରେ ନିଶ୍ଚିତ ସଂକ୍ରମଣ ବ୍ୟାପିଛି।

The post କୌଣସି ‘କ୍ବାରେଣ୍ଟିନ୍‌’ ତ୍ରୁଟି ହିଁ ‘ମହାସଙ୍କଟ’ର କାରଣ: କିମ୍‌ ଜୋଙ୍ଗ୍‌ ଉନ୍‌ first appeared on Sambad.

from କରୋନା | Sambad https://ift.tt/3jyP9xD