
ତିରୁଅନନ୍ତପୁରମ୍: କୋଭିଡ୍ ରୋଗୀଙ୍କ ମର ଶରୀରକୁ ପରିବାର ସଦସ୍ୟ ଘରକୁ କେବଳ ଘଣ୍ଟାଏ ପାଇଁ ନେଇପାରିବେ। କେରଳ ସରକାରଙ୍କ ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଜି ଘୋଷଣା କରିଛନ୍ତି। କରୋନାରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ସେମାନଙ୍କ ଶେଷ ସଂସ୍କାର କରିନପାରି ଏବଂ ଶେଷ ସମ୍ମାନ ଦେଇନପାରି ଅତ୍ୟନ୍ତ ଚାପ ଓ ଦୁଃଖରେ ରହୁଛନ୍ତି। ତେଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ଗତବର୍ଷ ପ୍ରଥମ ରାଜ୍ୟ ଭାବେ କୋଭିଡ୍ ରୋଗୀଙ୍କ ମର ଶରୀରକୁ ଘରକୁ ନେବାପାଇଁ ଅନୁମତି ଦେଇଥିଲା।
The post କୋଭିଡ୍ ରୋଗୀଙ୍କ ମର ଶରୀରକୁ ଘଣ୍ଟାଏ ପାଇଁ ଘରକୁ ନେଇପାରିବେ ପରିବାର: କେରଳ ସରକାର first appeared on Sambad.from କରୋନା | Sambad https://ift.tt/3h3nFOF
0 Comments