
ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଆଜି ଦେଶକୁ ଚତୁର୍ଥ ଟିକା ମିଳିଛି ଏବଂ ଖୁବ୍ଶୀଘ୍ର ଏହା ୫କୁ ବୃଦ୍ଧିପାଇବ ବୋଲି ଜଣାପଡ଼ିଛି।। ଭାରତର ସ୍ବଦେଶୀ ଟିକା କୋଭାକ୍ସିନ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିସିଲ୍ଡ ଏବଂ ରୁଷ୍ ନିର୍ମିତ ସ୍ପୁଟ୍ନିକ ଭି ପରେ ଆଜି ଆମେରିକାରେ ପ୍ରସ୍ତୁତ ହୋଇଥବା ମଡର୍ଣ୍ଣା ଟିକାକୁ ମଂଜୁରି ଦିଆଯାଇଛି। ଏହି ଟିକା ଭାରତକୁ ଆମଦାନି କରିବା ପାଇଁ ଫାର୍ମାସ୍ୟୁଟିକାଲ କମ୍ପାନି ସିପ୍ଲାକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଆଜି ଅନୁମତି ପ୍ରଦାନ କରିଛନ୍ତି।
ଏହା ସହିତ ଫାଇଜର ଟିକାକୁ ମଧ୍ୟ ଅନୁମତି ଦେବା ନେଇ ବିଚାରବିମର୍ଶ ଜାରି ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ ଏହି ସୂଚନା ଦେଇଛନ୍ତି। ଆମେରିକାର ଫାଇଜର ଟିକାକୁ ନେଇ ମଧ୍ୟ ଖୁବ୍ଶୀଘ୍ର ଚୁକ୍ତି ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି। ଦେଶରେ ଆଜି ସୁଦ୍ଧା ଉପଲବ୍ଧ ସମସ୍ତ ୪ଟି ଟିକା ଗର୍ଭବତୀ ଓ ପ୍ରସୂତୀଙ୍କ ପାଇଁ ନିରାପଦ ବୋଲି ଡ. ପଲ୍ କହିଛନ୍ତି। ଦେଶରେ ଏବେ ଡେଲ୍ଟା ପ୍ଲସ୍ ପ୍ରଜାତିର ୫୧ଟି ମାମଲା ସାମ୍ନାକୁ ଆସିଛି ଏବଂ ଏହାକୁ ନେଇ ଆତଙ୍କର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଦେଶର ୨୭ କୋଟି ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ମିଳିସାରିଛି ବୋଲି ଡ. ପଲ ସୂଚନା ଦେଇଛନ୍ତି।
The post ‘ମଡର୍ଣ୍ଣା’ ଟିକାକୁ ମଂଜୁରି, ‘ଫାଇଜ୍ର’କୁ ଖୁବ୍ଶୀଘ୍ର first appeared on Sambad.from କରୋନା | Sambad https://ift.tt/3xaegur
0 Comments