
ନୂଆଦିଲ୍ଲୀ: ଅଧିକ ସଂକ୍ରମଣଶୀଳ ବୋଲି କେତେକ ବିଶେଷଜ୍ଞ କହୁଥିବା କରୋନାଭାଇରସ୍ର ‘ଡେଲ୍ଟା+ ଭେରିଆଣ୍ଟ୍’କୁ ଟିକାକରଣ ଏବଂ ଫେସ୍ମାସ୍କ୍ ପିନ୍ଧିବା ଭଳି ସତର୍କତାମୂଳକ ପଦକ୍ଷେପଦ୍ବାରା ପ୍ରତିହତ କରାଯିବା ଉଚିତ ବୋଲି ରୁଷ୍ ସ୍ଥିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ମିଲିତା ଭୁଜ୍ନୋଭିକ୍ ‘ୟୁଟ୍ୟୁବ୍ ଲାଇଭ୍’ରେ କହିଛନ୍ତି।
ତାଙ୍କ କହିବା କଥା ହେଲା, ‘ଡେଲ୍ଟା’ ପାଇଁ ଟିକାଟିଏ ଯଥେଷ୍ଟ ନ ହୋଇଥିବାରୁ ଟିକାକରଣ ସହ ମାସ୍କ୍ ପରିଧାନ ଅପରିହାର୍ଯ୍ୟ। କମ୍ ସମୟ ମଧ୍ୟରେ ଆମକୁ ଉଦ୍ୟମ କରିବାକୁ ପଡ଼ିବ, ନଚେତ ପୁଣି ଲକ୍ଡାଉନ୍ ହେବ।
‘ସୋଲୋଭିଓଭ୍ ଲାଇଭ୍’ରେ ଉପସ୍ଥାପକ ଭ୍ଲାଦିମିର୍ ସୋଲୋଭିଓଭ୍ଙ୍କ ‘ଟଅକ୍ ସୋ’ରେ ଭୁଜ୍ନୋଭିକ୍ କହିଛନ୍ତି, ଭୂତାଣୁ ସଂକ୍ରମଣ ବିସ୍ତାର ଏବଂ ରୋଗ ସଂକ୍ରମଣ ଗୁରୁତର କରାଇବା ଆଶଙ୍କା ହ୍ରାସ କରାଉଥିବାରୁ ଟିକାକରଣ ଅତ୍ୟାବଶ୍ୟକ। ସତର୍କ କରାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିପାଇଁ ବୋଧହୁଏ ଅତିରିକ୍ତ ପଦକ୍ଷେପ ଲୋଡ଼ା ହୋଇପାରେ।
‘ଏୱାଇ.୧’ ଭାବେ ଜଣାଶୁଣା ‘ଡେଲ୍ଟା+ ଭେରିଆଣ୍ଟ୍’ ଖୁବ୍ ସହଜରେ ବିସ୍ତାରିତ ହୋଇ ଖୁବ୍ ଅନାୟାସରେ ଫୁସ୍ଫୁସ୍ କୋଷିକାରେ ଲାଖି ରହିଯାଏ। ଏହି ଭୂତାଣୁକୁ ‘ମନୋକୋନାଲ୍ ଆଣ୍ଟିବଡି ଥେରାପି’ କାଟୁ ନ କରିବା ଆଶଙ୍କା ରହିଛି। ‘ଡେଲ୍ଟା ଭେରିଆଣ୍ଟ୍’କୁ ପୂର୍ବରୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ‘ଚିନ୍ତା ଉଦ୍ରେକକାରୀ’ ତାଲିକାଭୁକ୍ତ କରିଥିଲା।
The post ଜରୁରୀ ଓ ଅତିରିକ୍ତ ପଦକ୍ଷେପ ଗ୍ରହଣ କରି ‘ଡେଲ୍ଟା+ ଷ୍ଟ୍ରେନ୍’ ବିସ୍ତାର ପ୍ରତିରୋଧ କରାଯିବା ଆବଶ୍ୟକ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ first appeared on Sambad.from କରୋନା | Sambad https://ift.tt/3A4I11y
0 Comments