
ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ଦେଶରେ ବିଭୀଷିକା ସୃଷ୍ଟି କରିଥିବା ବେଳେ ତୃତୀୟ ଲହରର ଭୟାବହତାକୁ ଅନୁମାନ କରି ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି। ବିଶେଷଜ୍ଞମାନେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହର ନେଇ ଚେତାଇ ସାରିଛନ୍ତି। ତେଣୁ ଯେ କୌଣସି ଜଟିଳ ସ୍ଥିତିର ମୁକାବିଲା ପାଇଁ ଏବେ ଯୁଦ୍ଧସ୍ତରରେ ଯୋଜନା କାର୍ଯ୍ୟକାରୀ ହେଉଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡିଆରଡିଓ ଦ୍ବାରା ଦେଶର ବିଭିନ୍ନ ହସ୍ପିଟାଲ୍ରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା , ମୋଡ଼ୁଲାର ହସ୍ପିଟାଲ୍ ଏବଂ ‘ପ୍ରୋଜେକ୍ଟ ଓ୨’ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ ହୋଇଛି।
ଡିଆରଡିଓ ଅନୁଯାୟୀ ଦେଶରେ ଅକ୍ସିଜେନ୍ ସଙ୍କଟର ସମାଧାନ ପାଇଁ ବିଭିନ୍ନ ଜିଲ୍ଲାରେ ମୋଟ୍ ୮୫୦ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହୋଇଛି। ଦ୍ବିତୀୟ ଲହରରେ ବିଭିନ୍ନ ସହରମାନଙ୍କରେ କରୋନା ପାଇଁ ସ୍ବତନ୍ତ୍ର ହସ୍ପିଟାଲ୍ ପ୍ରତିଷ୍ଠା ହୋଇଛି। ଏହାକୁ ଫ୍ଲାଇଙ୍ଗ୍ ହସ୍ପିଟାଲ୍ ମଧ୍ୟ କୁହାଯାଉଛି। ବିଭିନ୍ନ ରାଜ୍ୟରେ ୫୦ଟି ହସ୍ପିଟାଲ୍ ପ୍ରସ୍ତୁତି କାମ ଜାରି ରହିଛି। ମୋଡୁଲାର ହସ୍ପିଟାଲ୍ ଗୁଡ଼ିକ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟସେବା ନିୟମ ଆଧାରରେ ପ୍ରସ୍ତୁତ କରାଯାଇଛି। ସେହିପରି ମେଡିକ୍ୟାବ୍ ହସ୍ପିଟାଲ୍ ସ୍ଥାପନ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଆଇଆଇଟି ମାଡ୍ରାସ୍ ଦ୍ବାରା ମେଡିକ୍ୟାବ୍ ହସ୍ପିଟାଲ୍ ଆରମ୍ଭ ହୋଇଛି। ଏହାଦ୍ବାରା ୩ ସପ୍ତାହରେ ୧୦୦ ବେଡ୍ ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ୍ ପ୍ରତିଷ୍ଠା ହୋଇପାରିବ। ଏଗୁଡ଼ିକୁ ସ୍ଥାନାନ୍ତର କରିହେବ । ବିଳାସପୁର, ଅମରାବତୀ, ପୁନେ, ଜଲ୍ନା, ମୋହାଲିରେ ୧୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ୍ ପ୍ରତିଷ୍ଠା ହୋଇଛି ଏବଂ ରାୟପୁରରେ ୨୦ ବେଡ୍ ବିଶିଷ୍ଟ ମେଡିକ୍ୟାବ୍ ହସ୍ପିଟାଲ୍ ପ୍ରତିଷ୍ଠା ହୋଇଛି। ଅକ୍ସିଜେନ୍ ସଙ୍କଟ ଦୂର କରିବାକୁ ‘ପ୍ରୋଜେକ୍ଟ ଓ୨’ ଅଧୀନରେ ଅଧିକରୁ ଅଧିକ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ୍ ପାଇଁ କାର୍ଯ୍ୟ ଜାରି ରହିଛି।
The post ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି ଭାରତ: ଅକ୍ସିଜେନ୍ ପ୍ଲାଣ୍ଟ, ସ୍ବତନ୍ତ୍ର ହସ୍ପିଟାଲ ସ୍ଥାପନ, ସ୍ବାସ୍ଥ୍ୟକର୍ମୀ ମୁତୟନ ନେଇ ତତ୍ପରତା first appeared on Sambad.from କରୋନା | Sambad https://ift.tt/2SIvy2J
0 Comments