
ଭୁବନେଶ୍ବର : କରୋନା ଲଢ଼େଇରେ ସବୁବେଳେ ଆଗରେ ରହି ଲୋକଙ୍କୁ ସେବା ଯୋଗାଉଛନ୍ତି ଡାକ୍ତର। ମାତ୍ର କରୋନା ମହାମାରୀ କବଳରୁ ଡାକ୍ତରମାନେ ମଧ୍ୟ ବର୍ତିପାରି ନାହାନ୍ତି। ଦ୍ବିତୀୟ ଲହରରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୩୧ ଡାକ୍ତରଙ୍କ ଜୀବନ ନେଇଛି କରୋନା। ଭାରତୀୟ ମେଡିକାଲ ସଂଘ ବା ଆଇଏମ୍ଏ ପକ୍ଷରୁ ଜାରି ସଦ୍ୟ ତାଲିକାରେ ଏହି ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ପୂର୍ବରୁ ଆଇଏମ୍ଏ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ରାଜ୍ୟର ୨୮ଜଣ ଡାକ୍ତର ପ୍ରାଣ ହରାଇଥିବା କୁହାଯାଇଥିବା ବେଳେ ଏବେ ତାହା ୩୧କୁ ବୃଦ୍ଧି ପାଇଛି।
ଦେଶରେ ସମୁଦାୟ ୭୩୦ଜଣ ଡାକ୍ତର ଦ୍ବିତୀୟ ଲହରରେ ପ୍ରାଣ ହରାଇଥିବା ବେଳେ ବିହାରରେ ସର୍ବାଧିକ ୧୧୫ଜଣ ଡାକ୍ତରଙ୍କ ଜୀବନ ଯାଇଛି। ସେହିପରି ଦିଲ୍ଲୀରେ ୧୦୯, ଉତ୍ତର ପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ରାଜସ୍ଥାନରେ ୪୩, ଝାରଖଣ୍ଡରେ ୩୯, ଆନ୍ଧ୍ରରେ ୩୮ ଓ ଅନ୍ୟ ରାଜ୍ୟରେ ଅନେକ ଡାକ୍ତର ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ଆଇଏମ୍ଏ ଅଧୀନରେ ନ ଥିବା ଅନେକ ଡାକ୍ତର ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ଆୟୁଷ ଓ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ମଧ୍ୟ ରହିଛନ୍ତି। ସେମାନଙ୍କର ତାଲିକା ଏଥିରେ ସାମିଲ ହୋଇନାହିଁ।
The post ରାଜ୍ୟରେ ୩୧ ଡାକ୍ତରଙ୍କ ଜୀବନ ନେଲାଣି ଦ୍ବିତୀୟ ଲହର first appeared on Sambad.from କରୋନା | Sambad https://ift.tt/35svWFl
0 Comments