ସାନ୍‌ ଜୋସ୍‌, କୋଷ୍ଟାରିକା: କୌଣସି ରାଜନୈତିକ ସ୍ବାର୍ଥ ନ ଥାଇ ରାଷ୍ଟ୍ରପତି ଜୋ ବାଇଡେନ୍‌ ଖୁବ୍‌ ଶୀଘ୍ର ଅନ୍ୟ ଦେଶମାନଙ୍କୁ ୮ କୋଟି ଡୋଜ୍‌ କରୋନାଭାଇରସ୍‌ ଟିକା ରପ୍ତାନି କରିବା ଯୋଜନାର ସବିଶେଷ ବିବରଣୀ ଘୋଷଣା କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲାଇଙ୍କେନ୍‌ ବୁଧବାର ଦିନ କହିଛନ୍ତି।

ଲାଟିନ୍‌ ଆମେରିକା ଗସ୍ତର ଶେଷ ଦିନ ସାନ୍‌ ଜୋସ୍‌ସ୍ଥିତ ଆମେରିକୀୟ ଦୂତାବାସରେ ବ୍ଲାଇଙ୍କେନ୍‌ କହିଲେ, ଅଳ୍ପ କିଛି ଦିନ ମଧ୍ୟରେ, କହିବାକୁ ଗଲେ ହୁଏ ତ ଆଗାମୀକାଲି ବିଶ୍ବବ୍ୟାପୀ ୮ କୋଟି ଟିକା ପ୍ରେରଣ କରିବା ଲାଗି ସେ କରିଥିବା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଘୋଷଣା କରିବେ।

Image Courtesy of US News.com

‘କୋଭାକ୍ସ’ ସହଯୋଗରେ ଆମେ ଏହି ଟିକା ବଣ୍ଟନ କରିବୁ। କୌଣସି ରାଜନୈତିକ ଅଭିସନ୍ଧି ନ ଥାଇ ବିଜ୍ଞାନ ଓ ଆବଶ୍ୟକତାକୁ ଭିତ୍ତିକରି ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା କଥା ସେ କହିଛନ୍ତି।

୨ କୋଟି ଡୋଜ୍‌ ହିସାବରେ ୬ ସପ୍ତାହ ମଧ୍ୟରେ ବା ଜୁନ୍‌ ମାସ ଶେଷ ସୁଦ୍ଧା ସମୁଦାୟ ୮ କୋଟି ଟିକା ବଣ୍ଟନ କରିବା ନିମନ୍ତେ କରାଯାଇଥିବା ଯୋଜନା କଥା ନିକଟରେ ବାଇଡେନ୍‌ ‌ଘୋଷଣା କରିଥିଲେ। ଏହି ଯୋଜନା ମହାମାରୀ ବିରୁଦ୍ଧ ବୈଶ୍ବିକ ସଂଗ୍ରାମରେ ‘ଆମେରିକୀୟ ନେତୃତ୍ବ’କୁ ପ୍ରତିପାଦନ କରିବ ବୋଲି ବାଇଡେନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇ ପୂର୍ବରୁ ରୁଷ୍‌ ଓ ଚୀନ୍ ‘ଟିକା କୂଟନୀତି’ ଆରମ୍ଭ କରି ସାରିଛନ୍ତି।

The post ବିଶ୍ବବ୍ୟାପୀ ୮ କୋଟି ଡୋଜ୍‌ ଟିକା ବଣ୍ଟନ ଯୋଜନାର ସବିଶେଷ ବିବରଣୀ ଘୋଷଣା କରିବ ଆମେରିକା first appeared on Sambad.

from କରୋନା | Sambad https://ift.tt/3uOUuma