ନୂଆଦିଲ୍ଲୀ: କୋଭିଡ୍-୧୯ ଦ୍ବିତୀୟ ପ୍ରବାହରେ ୭୧୯ଜଣ ଡାକ୍ତରଙ୍କର ଦେହାନ୍ତ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିହାର ରାଜ୍ୟର ବୋଲି ଆଜି ‘ଦି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ) କହିଛି।
‘ଆଇଏମ୍ଏ’ ସୂଚନା ଅନୁସାରେ, କରୋନାଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁ ଘଟଣାରେ ବିହାରରେ ୧୧୧ଜଣ ଡାକ୍ତର ପ୍ରାଣ ହରାଇଥିବା ବେଳେ ଦିଲ୍ଲୀରେ ୧୦୯ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି।
ସେହିଭଳି, ଉତ୍ତର ପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୩ ଏବଂ ରାଜସ୍ଥାନରେ ୪୩ଜଣ ଡାକ୍ତରଙ୍କର ପ୍ରାଣହାନୀ ହୋଇଥିବା କଥା ‘ଆଇଏମ୍ଏ’ କହିଛି।
ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା କରିବା ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଜୁନ୍ ୭ ତାରିଖ ଦିନ ‘ଆଇଏମ୍ଏ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଉ ଏକ ସଦ୍ୟ ପତ୍ର ଲେଖିଥିଲା।
ସେଥିରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ କି, ନିରାପଦରେ କାର୍ଯ୍ୟ କରିବା ଭଳି ବାତାବରଣ ବ୍ୟବସ୍ଥା କଲେ ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବାକାରୀମାନେ ନିର୍ଭୟରେ କର୍ତ୍ତବ୍ୟ କରି ପାରନ୍ତେ।
ଏହା ବ୍ୟତିରେକେ, ୨୦୨୦ରେ ଭାରତରେ କୋଭିଡ୍-୧୯ ମହାମାରୀ ବ୍ୟାପିବା ବେଳରୁ ଏଯାବତ୍ ୧୪୦୦ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା କଥା ମଧ୍ୟ ‘ଆଇଏମ୍ଏ’ ଉକ୍ତ ପତ୍ରରେ ଉଲ୍ଲେଖ କରିଛି।
The post କୋଭିଡ୍-୧୯ ଦ୍ବିତୀୟ ପ୍ରବାହରେ ୭୧୯ ଡାକ୍ତର ମୃତ, ଅଧିକ ମରିଛନ୍ତି ବିହାରରେ: ‘ଆଇଏମ୍ଏ’ first appeared on Sambad.from କରୋନା | Sambad https://ift.tt/3znRMI0
0 Comments