
ନୂଆଦିଲ୍ଲୀ: ରାମ ଦେବଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ। ବାକ୍ ସ୍ବାଧୀନତା ଆଇନ ଅନୁଯାୟୀ ସେ ତାଙ୍କର ମତବ୍ୟକ୍ତ କରିପାରିବେ ବୋଲି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି।
ଏଲୋପାଥି ଚିକିତ୍ସା ବିପକ୍ଷରେ ଏବଂ ପତଞ୍ଜଳିର କରୋନିଲ୍ କିଟ୍ ସପକ୍ଷରେ ବିବୃତି ଦେବାରୁ ଯୋଗ ଗୁରୁ ରାମଦେବଙ୍କୁ କ୍ଷାନ୍ତ କରାଯାଉ ବୋଲି ‘ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍’ ଦାଏର କରିଥିବା ପିଟିସନ୍ର ଶୁଣାଣି କରି ବିଚାରପତି ସି. ହରିଶଙ୍କରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏକଥା କହିଛନ୍ତି। ଆଧୁନିକ ଔଷଧ ବା ‘ଏଲୋପାଥି’ ବିରୁଦ୍ଧରେ ବିଭ୍ରାନ୍ତିକର ବିବୃତି ଦେବା ସହ ‘କରୋନିଲ୍’ କୋଭିଡ୍-୧୯ର ଆରୋଗ୍ୟକାରୀ ବୋଲି ରାମଦେବ ମିଥ୍ୟାଚାର କରୁଥିବା କଥା ସେମାନେ ଅଭିଯୋଗରେ ଦର୍ଶାଇଥିଲେ।
ରାମଦେବଙ୍କ ତରଫରୁ ବରିଷ୍ଠ ଆଡ୍ଭୋକେଟ୍ ରାଜୀବ ନାୟର ଅଦାଲତଙ୍କୁ କହିଲେ ଯେ, ରାମଦେବ ଡାକ୍ତରମାନଙ୍କ ବିରୋଧରେ ଦେଇଥିବା ବିବୃତି ମେ ୨୨ ତାରିଖ ପ୍ରତ୍ୟାହାର କରି ନେଇଛନ୍ତି। ଅଦାଲତ କହିଲେ, ଏଥର ଆଉ ଡାକ୍ତରଙ୍କ ବିରୋଧରେ ବିବୃତି ନ ଦେବାକୁ ତାଙ୍କୁ କୁହନ୍ତୁ। କିନ୍ତୁ, ସେ ‘କରୋନିଲ୍’ ସପକ୍ଷରେ ମନ୍ତବ୍ୟ ଦେଲେ ମୋର କୌଣସି ଆପତ୍ତି ନାହିଁ।
ଅଦାଲତ ଆହୁରି ମଧ୍ୟ କହିଲେ ଯେ, ମାମଲା ରୁଜୁ ନ କରି ‘ଦିଲ୍ଲୀ ମେଡିକାଲ୍ ଆସୋସିଏନ୍’ ଜନସ୍ବାର୍ଥ ମାମଲା ଦାଏର କରିବା ଉଚିତ ଥିଲା। ମୋର ମନେହୁଏ କେତେକ ବିଜ୍ଞାନ ମିଥ୍ୟା। ଆସନ୍ତାକାଲି ମୋର ମନେ ହେବ ହୋମିଓପାଥି ବି ମିଥ୍ୟା। ଏଥିପାଇଁ କ’ଣ ହୋମିଓପାଥି ଡାକ୍ତର ମୋ ବିରୋଧରେ ମାମଲା କରିବେ? ଏଇଟା ସାଧାରଣ ଜନମତ। ଆପଣମାନଙ୍କ ଏଲୋପାଥି ବୃତ୍ତି ଏତେ ଅସୁରକ୍ଷିତ ବୋଲି ମୋର ମନେହୁଏ ନାହିଁ। ଏହା ବ୍ୟତିରେକେ, ଯୋଗ ଗୁରୁଙ୍କ ବିବୃତି ବାକ୍ ସ୍ବାଧୀନତା ଏବଂ ଭାବନା ବ୍ୟକ୍ତ କରିବା ଆଇନ ଅନ୍ତର୍ଗତ ହୋଇଥିବାରୁ ତାଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ।
The post ରାମଦେବଙ୍କ ଉପରେ କଟକଣା ଲାଗୁ ହେବନି, ତାଙ୍କର ବିବୃତି ଦେବା ଅଧିକାର ଅଛି: ଦିଲ୍ଲୀ ହାଇକୋର୍ଟ first appeared on Sambad.from କରୋନା | Sambad https://ift.tt/3vRSTxt
0 Comments