‘ଚାଇନା ଭାଇରସ୍‌’ ଊହାନ୍‌ ଲ୍ୟାବ୍‌ରୁ ଆସିଥିବା କହି ଠିକ୍‌ କରିଥିଲି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନୂଆଦିଲ୍ଲୀ: ‘ଚାଇନା ଭାଇରସ୍‌’ ଊହାନ୍‌ ଲ୍ୟାବ୍‌ରୁ ଆସିଥିବା କହି ଠିକ୍‌ କରିଥିଲି ବୋଲି କୋଭିଡ୍‌-୧୯ ଉତ୍ପତ୍ତି ସଂକ୍ରାନ୍ତରେ ଦେଇଥିବା ବିବୃତିକୁ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପୁନରାବୃତ୍ତି କରି କହିଛନ୍ତି।

ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍‌ଙ୍କୁ ଉଦ୍ଦେଶ୍ୟ କରି ଟ୍ରମ୍ପ୍‌ କହିଛନ୍ତି ଯେ, ତାଙ୍କ ‘ଶତ୍ରୁ’ ମଧ୍ୟ ସେହି କଥା କହିଲେଣି। ସୂଚନାଯୋଗ୍ୟ, ପ୍ରାରମ୍ଭରୁ ହିଁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି କୋଭିଡ୍‌-୧୯ ମହାମାରୀ ପାଇଁ ଚୀନ୍‌କୁ ଦାୟୀ କରି ଆସୁଛନ୍ତି। ୨୦୨୦ ମାର୍ଚରେ ସେ ଏହି ଭୂତାଣୁକୁ ‘ଚାଇନା ଭାଇରସ୍‌’ ଆଖ୍ୟା ଦେଇଥିଲେ।

Image Courtesy of Science

ଟ୍ରମ୍ପ୍‌ଙ୍କ ଭାଷାରେ, ‘ଚୀନା ଭାଇରସ୍‌’ ଊହାନ୍‌ ଲ୍ୟାବ୍‌ରୁ ଆସିଛି ବୋଲି ଟ୍ରମ୍ପ୍‌ ଦେଇଥିବା ବିବୃତି ଠିକ୍‌ ବୋଲି ଏବେ ସମସ୍ତ କହିଲେଣି। ତଥାକଥିତ ‘ଶତ୍ରୁ’ ମଧ୍ୟ ଏକଥା କହୁଛନ୍ତି। ମୃତ୍ୟୁ ଓ ବିଭୀଷିକାର କାରଣ ହୋଇଥିବା ଚୀନ୍‌ ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ବକୁ ୧୦ ଟ୍ରିଲିୟନ୍‌ ଡଲାର୍‌ ଦେବା ଉଚିତ।

୯୦ ଦିନ ମଧ୍ୟରେ କୋଭିଡ୍‌-୧୯ ମହାମାରୀ ଉତ୍ପତ୍ତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆମେରିକୀୟ ଗୁଇନ୍ଦା ଏଜେନ୍ସିମାନଙ୍କୁ ଆଦେଶ ଦେଇଛନ୍ତି।

The post ‘ଚାଇନା ଭାଇରସ୍‌’ ଊହାନ୍‌ ଲ୍ୟାବ୍‌ରୁ ଆସିଥିବା କହି ଠିକ୍‌ କରିଥିଲି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ first appeared on Sambad.

from କରୋନା | Sambad https://ift.tt/3z3GTuu

Post a Comment

0 Comments