ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗତ ଜୁନ୍ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କ୍ରିଷନ କୁମାର।

କରୋନା କାଳରେ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟନିର୍ବାହ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ଓ ବାହାରେ ନିତିକାନ୍ତିରେ ସଂପୃକ୍ତ ରହୁଛନ୍ତି । ରଥନିର୍ମାଣ ସେବାୟତଙ୍କ ରହିବା ଓ ଖାଇବା ଆଦି ବିଭିନ୍ନ କାର୍ଯ୍ୟରେ ସିଧାସଳଖ ସେମାନଙ୍କ ସଂପୃକ୍ତି ରହିଛି । ଫଳରେ ଲୋକଙ୍କ ସଂସ୍ପର୍ଷରେ ଆସି ଅନେକ ସମୟରେ କର୍ମଚାରୀମାନେ ପ୍ରଭାବିତ ହେଉଛନ୍ତି । ଏପରିକି ଦୁଇଜଣ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଜେଟିପି ପୃଥ୍ୱୀମନ୍ୟୁ ଦାଶ ଏବଂ ଚର୍ଚ୍ଚା ଅମିନ ପ୍ରମୋଦ କୁମାର ଦାଶଙ୍କ ମୃତ୍ୟୁ ହୋଇଛି।

କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଟିକାକରଣଠାରୁ ଆରମ୍ଭ କରି ନିଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଂଟର ଜରିଆରେ ଚିକିତ୍ସା ଯୋଗାଇ ଦିଆଯାଇଛି। ଏବେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏପରିକି କରୋନାରେ ମୃତ୍ୟୁ ହୋଇଥିବା ଶ୍ରମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ସମାନ ସର୍ତାବଳୀ ଆଧାରରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଚିଠିରେ ଅନୁରୋଧ କରିଛନ୍ତି ।

The post ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ first appeared on Sambad.

from କରୋନା | Sambad https://ift.tt/2T9SWpX