କଟକ: ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । ଏଥିଲାଗି ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି। କରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଇପିଏସ ଅଫିସର ଦେବାଶିଷ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି। ଭେଣ୍ଟିଲେଟରରେ ଥିଲେ ବି ଶରୀରରେ ଅକ୍ସିଜେନ ସ୍ତର କମି ଯାଉଛି। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରାଯାଇଛି ।
କୋଲକାତାର ଏକ ଘରୋଇ ଡାକ୍ତରଖାନା ସହ ଯୋଗାଯୋଗ କରାଯାଇଛି। ସେଠାକାର ବିଶେଷଜ୍ଞ ଡାକ୍ତରଙ୍କ ସହ ଦେବାଶିଷଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରାଯାଇଛି। ଆଜି ଏୟାର ଆମ୍ବୁଲାନ୍ସରେ ପୁଲିସ ଏଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ ହାଇଦ୍ରାବାଦ ପଠାଯିବ। ଦେବାଶିଷ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ମେ ୨୯ ତାରିଖରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରଥମେ ଆଇସିୟୁ ଆଉ ଏବେ ଭେଣ୍ଟିଲେଟରରେ ଅଛନ୍ତି।
The post ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେବେ ଭିଜିଲାନ୍ସ ନିର୍ଦ୍ଦେଶକ: ଏୟାରପୋର୍ଟ ଅଭିମୁଖେ ବାହାରିଲେ ଡକ୍ଟର ଦେବାଶିଷ ପାଣିଗ୍ରାହୀ first appeared on Sambad.from କରୋନା | Sambad https://ift.tt/3w81M64
0 Comments