ପାଟନା: ବିହାରର ପାଟନା ଗ୍ରାମାଞ୍ଚଳରେ ଟିକାକରଣରେ ଖାମଖିଆଲ ମନୋଭାବର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି। ମାତ୍ର ୫ ମିନିଟର ବ୍ୟବଧାନରେ ଜଣେ ‌ମହିଳାଙ୍କୁ ଦୁଇ ଦୁଇଟି କରୋନା ଟିକା ଦିଆଯାଇଛି। କେବଳ ସେତିକି ନୁହେଁ ମହିଳା ଜଣଙ୍କୁ ପ୍ରଥମେ କୋଭିସିଲ୍‌ଡ ଟିକା ଦିଆଯାଇଥିବାବେଳେ ପରେ କୋଭାକ୍ସିନ ଟିକା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତା ମହିଳାଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ଏବଂ ତାଙ୍କର ସ୍ବାସ୍ଥାବସ୍ଥା ସ୍ଥିର ଅଛି।

ଗତ ୧୬ ତାରିଖରେ ପାଟନା ପୁନପୁନ ଅଞ୍ଚଳରେ ସୁନୀଲା ଦେବୀ ନାମ୍ନୀ ମହିଳାଙ୍କ ଠାରେ ଟିକାର ଏଭଳି ପ୍ରୟୋଗ କରାଯାଇଛି। ୬୩ ବର୍ଷୀୟ ସୁନୀଲା ଯେତେବେଳେ ବେଲଦାରୀଚକ ମିଡିଲ ସ୍କୁଲରେ ପହଞ୍ଚିଲେ ସେତେବେଳେ ସେଠାରେ ଉପସ୍ଥିତ ନର୍ସ ଚଂଚଳା କୁମାରୀ ଓ ସୁନୀତା କୁମାରୀ ତାଙ୍କୁ ୫ ମିନିଟ ବ୍ୟବଧାନରେ ଭିନ୍ନ ଭିନ୍ନ ଟିକା ଦେଇ ଦେଇଥିଲେ। ଏହି ମାମଲାରେ ଦୁଇ ନର୍ସଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି।

The post ୫ ମିନିଟିରେ ମହିଳା ନେଲେ ଦୁଇଟି ଟିକା, ପ୍ରଥମେ କୋଭିସିଲ୍ଡ, ପରେ କୋଭାକ୍ସିନ first appeared on Sambad.

from କରୋନା | Sambad https://ift.tt/3cWzzYt