ବ୍ରିଟେନ୍‌ରେ ତୃତୀୟ ଲହର, ଭୟ ବଢ଼ାଇଲା ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ : ବ୍ରିଟେନ୍‌ରେ କରୋନାର ତୃତୀୟ ଲହର ପହଞ୍ଚି ସାରିଛି। ଭାରତରେ ଚିହ୍ନଟ ହୋଇଥିବା ଡେଲ୍‌ଟା ପ୍ରଜାତି ବ୍ରିଟେନ୍‌ରେ ଭୟ ବଢ଼ାଇଛି। ବ୍ରିଟେନ୍‌ରେ ଶୁକ୍ରବାର ୧୧ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ପରେ ପ୍ରଥମ ଥର ପାଇଁ ଗତକାଲି ବ୍ରିଟେନ୍‌ରେ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହିଛି। ଡେଲ୍‌ଟା ପ୍ରଜାତି ପାଇଁ ସଂକ୍ରମଣ ବୃଦ୍ଧି ହେଉଛି ବୋଲି ବ୍ରିଟେନ୍‌ର ଜଣେ ବିଶେଷଜ୍ଞ କହିଛନ୍ତି। ପ୍ରଫେସର୍‌ ଆଦାମ୍‌ ଫିନ୍‌ କହିଛନ୍ତି, ବ୍ରିଟେନ୍‌ରେ ଏବେ ଟିକାକରଣ ଏବଂ ଅତ୍ୟଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ତେଣୁ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିବା ପୂର୍ବରୁ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସରକାର କୋଭିଡ୍‌ କଟକଣା ହଟାଇବା ନିଷ୍ପତ୍ତିକୁ ବିଳମ୍ବ କରିଛନ୍ତି।

The post ବ୍ରିଟେନ୍‌ରେ ତୃତୀୟ ଲହର, ଭୟ ବଢ଼ାଇଲା ଡେଲ୍‌ଟା ପ୍ରଜାତି first appeared on Sambad.

from କରୋନା | Sambad https://ift.tt/3iSXvzC

Post a Comment

0 Comments