ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ମହାମାରୀରୁ ୩୬୪୪ ଜଣ ଆଜି ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୨ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର ୧୬୨ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୨୨, ବାଲେଶ୍ୱରରୁ ୨୯୪, ପୁରୀରୁ ୧୯୩, ଅନୁଗୁଳରୁ ୧୬୫, କେନ୍ଦ୍ରାପଡ଼ାରୁ ୧୪୫, ଜଗତସିଂହପୁରରୁ ୧୧୮, ନୟାଗଡ଼ରୁ ୧୧୨, ରାୟଗଡ଼ାରୁ ୧୧୧ ଓ ମୟୂରଭଂଜରୁ ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୮୧, ଢେଙ୍କାନାଳରୁ ୭୫, ସୁନ୍ଦରଗଡ଼ରୁ ୭୪, କେନ୍ଦୁଝରରୁ ୬୬, କୋରାପୁଟରୁ ୬୨, ମାଲକାନଗିରିରୁ ୫୧, କନ୍ଧମାଳରୁ ୪୯, ବୌଦ୍ଧ ଏବଂ ସମ୍ବଲପୁରରୁ ୪୫ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୪୩, କଳାହାଣ୍ଡିରୁ ୩୫, ବଲାଙ୍ଗୀରରୁ ୩୪, ନୂଆପଡ଼ାରୁ ୩୩, ଦେବଗଡ଼ରୁ ୩୦, ଗଂଜାମରୁ ୨୭, ଗଜପତିରୁ ୨୩, ଝାରସୁଗୁଡ଼ାରୁ ୨୦ ଓ ରାଜ୍ୟପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୬୪୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୫୦୨ first appeared on Sambad.

from କରୋନା | Sambad https://ift.tt/3ja1JTL