
ନୂଆଦିଲ୍ଲୀ: ଆନ୍ତର୍ଜାତିକ ଭେଷଜ କମ୍ପାନି ନୋଭାଭାକ୍ସ ଦ୍ବାରା ବିକଶିତ କୋଭିଡ୍ ଟିକାକୁ ଭାରତରେ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ବେଳେ ଆଗାମୀ ସେପ୍ଟେମ୍ବର ବେଲକୁ ତାହା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ସିରମ୍ର ସିଇଓ ଆଦର ପୁନାଵାଲା କହିଛନ୍ତି। ଉକ୍ତ ଟିକାର ବ୍ୟାବସାୟିକ ନିର୍ମାଣ କରିବା ଲାଗି ସିରମ ସହ ନୋଭାଭାକ୍ସ କମ୍ପାନିର ଗତବର୍ଷ ସେପ୍ଟେମ୍ବର ମାସରେ ରାଜିନାମା ସ୍ବାକ୍ଷରିତ କରିଥିଲା। ତଦନୁସାରେ ଆଷ୍ଟ୍ରାଜେନେକା(କୋଭିସିଲ୍ଡ) ଭଳି ଭାରତରେ ‘କୋଭାଭାକ୍ସ’ ନାମକ ଏହାର ଭାରତୀୟ ସଂସ୍କରଣ ପ୍ରସ୍ତୁତ କରିବା ପାଇଁ ସିରମ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ସରିଥିବା ବେଳେ ଦେଶରେ ଜାରି ରହିଥିବା ଏହାର ନୈଦାନିକ ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପୁନାଵାଲା କହିଛନ୍ତି।
The post ସେପ୍ଟେମ୍ବରରେ ନୋଭାଭାକ୍ସ ଟିକା ମିଳିଯିବ first appeared on Sambad.from କରୋନା | Sambad https://ift.tt/3iQnAPM
0 Comments